ଟାଙ୍ଗୀ କୁ NAC ଘୋଷଣା ଦାବୀରେ ପୂନର୍ବାର ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଟାଙ୍ଗୀ ଵି.ଡି.ଓ ଙ୍କୁ  ଦାବିପତ୍ର  ସହ ସାଧାରଣରେ ଆନ୍ଦୋଳନ ହେବ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବ ନବୀନ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ। ହେଲେ ନୂତନ ସରକାର ଆସିବା ପରେ ଏଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ, । ଏହା ସହ ନୂତନ ଭାବେ ୧୨  ଟି NAC ଘୋଷଣା କରିଥିଲେ ଏହି ୧୨ ଟି NAC ତାଲିକା ରେ ଟାଙ୍ଗୀ ର ନାଁ ନଥିଲା ତେଣୁ ଟାଙ୍ଗୀ ବାସୀଙ୍କ ମନରେ ଏ ନେଇ ନୈରାଶ୍ୟ ଭାବ ଦେଖା ଦେଇଥିଲା।ଏହି ଘଟଣା କୁ ନେଇ  ଆଜି ଟାଙ୍ଗୀ ବିଜେଡି ପକ୍ଷରୁ ଟାଙ୍ଗୀ ରତ୍ନମାଳୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବୈଠକ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ସମବାୟ ନେତା ମହେନ୍ଦ୍ର କୁମାର ସାହୁ  ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା,, ବିଜେଡି ସଂଗଠକ  ପ୍ରଦୀପ ମହାପାତ୍ର ଙ୍କ ସହ ଟାଙ୍ଗୀ ଅଂଚଳ ର ବହୂ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଯୋଗଦେଇ ରାଜ୍ୟ ସରକାର ଯେଭଳି ପାତର ଅନ୍ତର ନୀତି ଟାଙ୍ଗିବାସୀଙ୍କ ପ୍ରତି ଆପଣେଇ ଛନ୍ତି ତାହାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ଏହା ସହ ବିଜେଡି ପକ୍ଷରୁ ଆସନ୍ତା ୨୫ ତାରିଖ ସୋମବାର  ଦିନ ଟାଙ୍ଗୀ କୁ NAC ଘୋଷଣା କରିବା ଦାବିରେ ରାଜ୍ୟ ସରକାର ଙ୍କ ଉଧେଶ୍ୟ ରେ ଟାଙ୍ଗୀ BDO ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବା ପାଈଁ ନିଷ୍ପତି ଗ୍ରହଣ କରା ଯାଇଥିଲା 

ସୋମବାର ଦିନ ବହୂ ସଂଖ୍ୟା ରେ ବିଜେଡି କର୍ମୀ ଓଡ଼ିଆ ନେତା ଙ୍କ ସହ ଟାଙ୍ଗୀ ର ସାଧାରଣ ଜନତା ବୁଦ୍ଧିଜୀବୀ, ଯୁବକ ମାନେ ସାମିଲ ସାମିଲ  ହୋଇ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଯିବେ । ଶାନ୍ତିପୂର୍ଣ ଭାବେ ଟାଙ୍ଗୀ BDO ଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।ତେଣୁ ଟାଙ୍ଗୀ ର ସ୍ୱାଭିମାନ ପାଇଁ ଏଥିରେ ସମସ୍ତେ ସହଯୋଗ କରିବାକୁ  ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଅପିଲ କରିଛନ୍ତି  BYTE ରାମଚନ୍ଦ୍ର ମହାପାତ୍ର ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ।

Exit mobile version