Home ଓଡ଼ିଶା ଡାକ୍ତର ହେବେ ଗଜପତିର ଆଦିବାସୀ ପୁଅ ନୀର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାର ଆଦିବାସୀ ବହୁଳ ବନ ପାହାଡ଼ ଘେରା ଦୁର୍ଗମ ପଲ୍ଲୀର ବାପା, ମାଆ ଛେଉଣ୍ଡ ଗରିବ ଆଦିବାସୀ ପୁଅ ନୀର ମଲିକ ଡାକ୍ତର ହେବେ. ସେ ପୁରୀ ସରକାରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଏମବିବିଏସ୍ ପାଠ ପଢିବା ପାଇଁ ମନୋନୀତ ହୋଇଛନ୍ତି. ଏହି ଖବର ସମ୍ପୃକ୍ତ ଅଞ୍ଚଳରେ ପ୍ରଚାର ହେବା ପରେ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳି ଯାଇଛି. ଏଠାରେ ସୂଚନାଯୋଗ୍ୟଯେ, ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ପଞ୍ଚାୟତ ଡୁମିଗୁଡ଼ା ଗାଁର ଗରିବ ଆଦିବାସୀ ପୁଅ ନିର ମଲ୍ଲିକ ୪୧୫ ମାର୍କ ରଖ୍ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ବାପା ସୈନ୍ୟ ମଲ୍ଲିକ ଓ ମାଆ ରମ୍ଭୁଆଳୁ ମଲ୍ଲିକଙ୍କ ଦୁଇ ପୁଅ ନୀର ଓ ପୀର। ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢିନଥିଲେ। ଜଣେ ଗରିବ ଆଦିବାସୀ ପୁଅର ସଫଳତା ଦେଖି ବିପଦର ବନ୍ଧୁ ସଙ୍ଗଠନ ତାଙ୍କୁ ଆର୍ଥିକ ସହାୟତା ସହ ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନରେ ନିଟ୍ ପାଇଁ କୋଟିଂ ସୁବିଧା କରାଇଥିଲେ। ବାପା, ମାଆ ଉଭୟ ଆରପାରିକୁ ଚାଲିଯାଇଥିବା ବେଳେ ନୀରର ବଡ଼ ଭାଇ ପୀର ଦାଦନ ଖଟି ରୋଜଗାର କରିବା ସହ ଭାଇ ନୀରକୁ ପାଠ ପଢାଉଥିଲେ. ବଡ଼ ଭାଇ ଦୁଃଖ କଷ୍ଟରେ ନୀର ପାଠ ପଢିବା ସହ ବିପଦର ବନ୍ଧୁ ସଂଗଠନ ଓ ଆଯ୍ୟଭଟ୍ଟ ଫାଉଣ୍ଡେସନ ସହାୟତାରେ ନିଟ ପରୀକ୍ଷାରେ ସଫଳ ଭାବେ ଉତ୍ତୀର୍ଣ ହୋଇ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଏମବିବିଏସରେ ପାଠ ପଢିବା ପାଇଁ ମନୋନୀତ ହୋଇ ଆଦିବାସୀ ଯୁବକ ନୀର ନିଜ ବଡ଼ ଭାଇ ସହ ଉପରୋକ୍ତ 2 ସଂଗଠନ ନିକଟରେ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଏମବିବିଏସ ଡିଗ୍ରୀ ହାସଲ ପରେ ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ମୋ ଡାକ୍ତରୀ ଜୀବନର ସମସ୍ତ ସମୟ ବିନିଯୋଗ କରିବି l Categories: ଓଡ଼ିଶା, ଗଜପତି, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026