୫ମ ଦିନରେ ବାଙ୍କୀ କଲେଜ ଅସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନୁଦାନ ଅପେକ୍ଷାରେ ଥିବା ଅସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅନୁଦାନ ଦାବି ନିମନ୍ତେ ଆଜି ଆନ୍ଦୋଳନ ୫ମ ଦିନରେ ପହଞ୍ôଚଛି । ଆଗାମୀ ଦିନରେ ଏହାର ସମାଧାନ ଓଡ଼ିଶା ସରକାର ବିଚାର ନକଲେ ସେମାନେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଅଧ୍ୟାପିକା ବିଷ୍ଣୁ ପ୍ରିୟା ପ୍ରଧାନଙ୍କ ନେତୃତ୍ୱରେ ଅଧ୍ୟାପକ ପ୍ରଶାନ୍ତ ବେହେରା, ଅଧ୍ୟାପିକା ସରସ୍ୱତୀ ଦେଉରୀ, ଜୟିମିନୀ ସାମଲ, ଅଧ୍ୟାପିକା ପୂର୍ଣିର୍ମା ସାହୁ, ରଞ୍ଜିତ କୁମାର ରାଉତ, ରାଜେଶ ସାମନ୍ତରାୟ, ଜିତେନ୍ଦ୍ର ଦେଓ ପ୍ରମୁଖ ବହୁ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇ ଧାରଣାରେ ବସିଛନ୍ତି ।

Exit mobile version