ବାଙ୍କୀ ମହୋତ୍ସବ ରୌପ୍ୟ ଜୟନ୍ତୀ ଅବସରରେ ସାଂସ୍କୃତିକ ସମ୍ମିଳନୀ  

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ମହୋତ୍ସବ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଉତ୍ତର ବାଙ୍କୀ ମଣ୍ଡଳର ସାଂସ୍କୃତିକ ପ୍ରତିଯୋଗିତା ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରଛାତ୍ରୀମନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ମହିଳା ଓ ପୁରୁଷମାନେ ଭଜନ , ଜଣାଣ, ଛାନ୍ଦ, ଚମ୍ପୁ ଓଡ଼ିଶୀ କୀର୍ତ୍ତନ ଆଦି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓସ୍ତିଆ ଗ୍ରାମପଞ୍ଚାୟତ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା ସଭାପତିତ୍ୱ କରିଥିଲେ ।ମୁଖ୍ୟଅତିଥି ଭାବେ ମହୋତ୍ସବ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢୀ, ସମ୍ମାନିତ ଅତିଥି ଭାବେ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ରାଜେଶ ପଣ୍ଡା, ପୂର୍ବତନ ସରପଞ୍ଚ ମାନସ ମହାପାତ୍ର, ଅଂଶୁପା କଲେଜ ଅଧ୍ୟକ୍ଷ ଧରଣୀଧର ଜେନା, ସମାଜସେବୀ ବିପିନି ମନ୍ତ୍ରୀ ଯୋଗଦାନ କରି ବାଙ୍କୀର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାରେ ଶୁଭଲକ୍ଷ୍ମୀ ସାହୁ ପ୍ରଥମ, ଓମ୍ ସାହୁ ଦ୍ୱିତୀୟ ଓ ତନୁଶ୍ରୀ ବେଉରା ତୃତୀୟ, ସଂଗୀତରେ ହରପ୍ରିୟା ପ୍ରଧାନ ପ୍ରଥମ, ସ୍ୱୟଂଜିତ୍ ପଟ୍ଟନାୟକ ଦ୍ୱିତୀୟ, କୃଷ୍ଣ ପ୍ରଧାନ ତୃତୀୟ, ପ୍ରବନ୍ଧରେ ମହାଲକ୍ଷ୍ମୀ ସାହୁ ପ୍ରଥମ, ପ୍ରାଚୀ ପରମିତା ସାହୁ ଦ୍ୱିତୀୟ, ସୁଚରିତା ପ୍ରିୟଦର୍ଶନୀ ତୃତୀୟ ଏବଂ ଚିତ୍ରାଙ୍କନରେ ଇତିଶ୍ରୀ ବେହେରା ପ୍ରଥମ, ସ୍ମିତାରାଣୀ ବେହେରା ଦ୍ୱିତୀୟ ଓ ଅନନ୍ୟା ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ସରଣ୍ଡା ବାଙ୍କୀ ଅଞ୍ଚଳର କୃତବିଦ୍ୟ କ୍ରୀଡାବିତ୍ ଓ ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବଳଭଦ୍ର ରଣା ପରିଚାଳନା କରିଥିବା ବେଳେ ତରୁଣକାନ୍ତ ମହାପାତ୍ର, ଅଜୟ ରାଉତ, ଲମ୍ବଧର ରାଉତ, ସୂର୍ଯ୍ୟକାନ୍ତ ସ୍ୱାଇଁ ସହଯୋଗ କରିଥିଲେ । ସ୍ଥାନୀୟ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version