ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ “ନିଶାମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ କୁରୁଞ୍ଜିପୂର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି’ । କୁରୁଞ୍ଜିପୂର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାଜ୍ୟ ମାନବାଧିକାର ଫୋରମ୍ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ଶିକ୍ଷାଧିକାରୀ ଡଃ ପ୍ରଭାତ କୁମାର ରଥ ଯୋଗଦେଇ ନିଶା ସେବନର କୁପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ ।

ବର୍ତ୍ତମାନ ସମୟରେ ଯୁବପିଢ଼ି ନିଶା ପ୍ରତି ଆକର୍ଷିତ ହେବା ସହିତ ବିଭିନ୍ନ ପ୍ରକାର ବିଶୃଙ୍ଖଳିତ ଆଚରଣ କରୁଥିବାର ଲକ୍ଷ୍ୟ କରାଯାଉଛି, ଫଳରେ ସାମାଜିକ ସନ୍ତୁଳନ ବିଗିଡିବାରେ ଲାଗିଛି । ଯେହେତୁ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ତେଣୁ ଏକ ଶୃଙ୍ଖଳିତ ସମାଜ ଗଠନର ଲକ୍ଷ୍ୟ ନେଇ ସେମାନଙ୍କୁ ଶୃଙ୍ଖଳିତ ମାର୍ଗରେ ପରିଚାଳିତ କରିବା ପାଇଁ ଏପରି ପ୍ରୟାସ ଆରମ୍ଭ କରାଯାଇଛି ବୋଲି ରାଜ୍ୟ ମାନବାଧିକାର ଫୋରମ ର ସଭାପତି ତଥା ସାମ୍ବାଦିକ ଅରୁଣ କୁମାର ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ପ୍ରେସ୍ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ସାମ୍ବାଦିକ ରମେଶ ଚନ୍ଦ୍ର ରଥ,ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ତପନ କୁମାର ରାଉତ୍,କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ପ୍ରଧାନ,ବନମାଳୀପୂର ହାଇସ୍କୁଲର ପ୍ରଧାନଶିକ୍ଷକ ଅର୍ଣ୍ଣବ କୁମାର ବେଉରା,ସି ଆର ସି ସି ଲକ୍ଷ୍ମୀପ୍ରିୟା ବେହେରା,ସ୍ଥାନୀୟ ସରପଞ୍ଚ ବିନୋଦିନୀ ମଲ୍ଲିକ,ଏ ବି ଇ ଓ ବିଜୟ କୁମାର ବେହେରା,

ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ନିଶାସେବନ ପ୍ରତି ଆକୃଷ୍ଟ ନହେବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନିଶା ସେବନର କୁପରିଣାମ ସମ୍ପର୍କରେ ହୋଇଥିବା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ତିନି ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି “ନିଶାମୁକ୍ତ ଭାରତ ଅଭିଯାନ ” କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଯୋଗ ଦେଇଥିଲେ ।

Exit mobile version