ଯୁବ ନେତୃତ୍ବ ତାଲିମ ଶିବିର ଅନୁଷ୍ଠିତ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ବ୍ଲକ ଅନ୍ତର୍ଗତ ମଡେଲ ଡିଗ୍ରୀ କଲେଜଠାରେ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ଏକ ଦିବସୀୟ ସ୍ଵେଚ୍ଛାସେବୀ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସେବା ସଂସ୍ଥା ଓଡ଼ିଶା ଶାଖା ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର ସାହୁ,

ଯୁବ ବ୍ୟାପାର ଅଧିକାରୀ ଅଜିତ୍ କୁମାର ଯୋଗ ଦେଇ ଜାତୀୟ ସେବା ଯୋଜନାର ଆବଶ୍ୟକତା ବିଷୟରେ ଯୁବବର୍ଗଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଉତ୍ସବରେ ଚାରୋଟି ଅଧିବେଶନ ମାଧ୍ୟମରେ ଶିବିରର୍ଥୀ ମାନଙ୍କୁ ଶ୍ରୀ ନିରୋଦ ବରଣ ଖୁଣ୍ଟିଆ, ଡକ୍ଟର ସୁନିଲ କୁମାର ମଲ୍ଲିକ, ଶ୍ରୀ ଗ୍ରାମକୃଷ୍ଣ ରଥ, ଡକ୍ଟର ଚିତ୍ତରଞ୍ଜନ ଦାଶ ଉଦବୋଧନ ଦେଇ ଯୁବନେତୃତ୍ବ, ସାମାଜିକ ସୁରକ୍ଷା, ସାମାଜିକ ଗଣମାଧ୍ୟମର କୁପ୍ରଭାବ ଓ ଏନ୍.ଏସ୍.ଏସ୍.ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।

ଉଦଯାପନୀ ସମାରେହରେ ଶିକ୍ଷାବିତ୍ ଗୌରମୋହନ ସାହୁ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ l ଯୁବ ଯୋଜନା ଅଧିକାରୀ ଦ୍ବୟ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ଓ ଦୀପିକା ରାଣୀ ତୁରୁକ୍ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ସଭା ପରିଚାଳନା କରିଥିଲେ l ଏହି ଶିବିରରେ ଶତାଧିକ ସ୍ବେଚ୍ଛାସେବୀ, ବିଭିନ୍ନ କଲେଜର ୧୫ଜଣ ଯୋଜନା ଅଧିକାରୀଙ୍କ ସହ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

 

Exit mobile version