Home ଓଡ଼ିଶା ଦୂର ହେଲେ ଅଜ୍ଞତା – ଦୂର ହେବ ଗରିବୀ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମତୀ ରେବତୀ ବେହେରା, ସ୍ଵାମୀ- ବାନାମ୍ୱର ବେହେରା,ବୟସ – ୪୮,ଗ୍ରାମ – ଦୁଡା ଓ ଗ୍ରାମ ପଞ୍ଚାୟତ ଦୁଡ଼ା ର ଜଣେ ଗରିବ, ଭୂମିହୀନ,ଅନୁସୂଚିତ ଓ ଭିନ୍ନକ୍ଷମ ମହିଳା ଅଟନ୍ତି । ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଯଥାକ୍ରମେ ସୁଭଦ୍ରା ଓ ମୁଖ୍ୟମନ୍ତ୍ରୀ କିଶାନ ଇତ୍ୟାଦି ଯୋଜନା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ଆର୍ଥିକ ସହାୟତା ପାଇ ନ ଥିବାରୁ ଦୁଃଖିତ ଥିଲେ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବାଣୀଗୋଛା ରେ ସେ ଖୋଲିଥିବା ଆକାଉଣ୍ଟ କୁ ସରକାରୀ ସହାୟତା କାହିକି ଆସୁନି , ସେଥିପାଇଁ ମଧ୍ୟ ବ୍ୟଥିତ ଥିଲେ । ତାଙ୍କ ଆକାଉଣ୍ଟ୍ ପ୍ରକୃତରେ କେଉଁ ବ୍ୟାଙ୍କ ରେ ଅଛି ତାହା ର ତଦାରଖ କରିବାରୁ ଜଣାଗଲା ଯେ, ବ୍ୟାଙ୍କ ଅଫ ବରୋଦା,ଦଶପଲାରେ ତାଙ୍କ ଅଜ୍ଞାତରେ କେହି ଜଣେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଅନ୍ୟ ଏକ ଆକାଉଣ୍ଟ୍ ଖୋଲି ଦେଇଛି ଏବଂ ସେହି ଆକାଉଣ୍ଟ୍ କୁ ସରକାରୀ ସହାୟତା ବାବଦକୁ ମୋଟ୍ 25,000 ଟଙ୍କା ଆସି ଗଚ୍ଛିତ ଅଛି। ସୂଚନା ଯୋଗ୍ୟ ଯେ,କେହି ଜଣେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ସେହି ଅଜ୍ଞ ନିରକ୍ଷର ମହିଳାଙ୍କ ଠାରୁ ବ୍ୟାଙ୍କ ରେ ଜମା ଖାତା ଖୋଲିବା ଫର୍ମ ରେ ଦସ୍ତଖତ କରାଇ ଓ ତାଙ୍କ ଠାରୁ ଅନ୍ୟାନ୍ୟ କାଗଜ ପତ୍ର ସଂଗ୍ରହ କରି ବରୋଦା ବ୍ୟାଙ୍କ, ଦଶପଲ୍ଲା ଶାଖାରେ ଏକ ଜମା ଖାତା ଖୋଲି ଦେଇଥିଲେ । ଶ୍ରୀମତୀ ବେହେରା ତାଙ୍କ ପରିବାରଙ୍କ ସହିତ ବ୍ୟାଙ୍କ ଅଫ ବରୋଦା, ଦଶପଲ୍ଲା ରେ ନିଜ ଆକାଉଣ୍ଟ ତଦାରଖ କରିବା ପରେ ମୂଖ୍ୟ ମନ୍ତ୍ରୀ କିଶାନ ଯୋଜନା ଓ ଶୁଭଦ୍ରା ସହାୟତା ଇତ୍ୟାଦି ବାବଦକୁ ପଚିଶ ହଜାର ଟଙ୍କା ଆସି ଗଚ୍ଛିତ ଥିବା ଜାଣି ସେ ଆନନ୍ଦିତ ହେବା ସହିତ କହିଥିଲେ, ଦାରିଦ୍ର୍ୟତାର ଅନ୍ୟତମ କାରଣ “ଅଜ୍ଞତା” ଏ ସଫଳତା ପାଇବା ପରେ ଶ୍ରୀମତୀ ରେବତୀ ବେହେରା ମହୋଦୟା TPCODL ଓ ମହାଶକ୍ତି ଫାଉଣ୍ଡେସନ ତଥା ଅଧିକାର ମିତ୍ର ଦାମୋଦର ନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅବହେଳିତ ଆଦିବାସୀ ବହୁଳ ଦୁଡ଼ା ଗ୍ରାମର ଅଜ୍ଞ ଓ ନିରକ୍ଷର,ଭିନ୍ନକ୍ଷମ, ଦଳିତ ଓ ବଞ୍ଚିତ ମହିଳା ରେବତୀ ବେହେରା ଏଭଳି ବ୍ୟବସ୍ଥା ଭିତରେ ସରକାରୀ ଯୋଜନାର ସୁଫଳ ଓ ସୁବିଧା ହାସଲ କରିବା ଗୁରୁତ୍ଵପୂର୍ଣ୍ଣ ବୋଲି ମନେ ହୁଏ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍ by Proprietor Abhimanyu Maharana May 4, 2026 ୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ by Proprietor Abhimanyu Maharana May 4, 2026 ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ by Proprietor Abhimanyu Maharana May 4, 2026 ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana May 4, 2026 Hectic Preparations on for 8th Raja Mahotsava in Gurugram by Proprietor Abhimanyu Maharana May 4, 2026 ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana May 3, 2026