ଅଜଣା ଗାଡ଼ି ଧକ୍କାରେ ଯୁବକ ମ୍ରୃତ

ନାଚୁଣୀ  (ଓଡ଼ିଶା ତାଜା ନ୍ୟୁଜ୍) :-  ୧୬ ନମ୍ବର ଜାତୀୟ ରାଜପଥ ଉପରେ ନାଚୁଣୀ ଥାନା ଅନ୍ତର୍ଗତ କହ୍ନେଇ ପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ସ୍ଥାନୀୟ ବାଇକ ଆରୋହୀ ଯୁବକ ଙ୍କ ର ମ୍ରୃତ୍ୟୁ ଘଟିଛି । ମ୍ରୃତକ ହେଲେ ନାଚୁଣୀ ଥାନା ଅନ୍ତର୍ଗତ ସୁନାଖଳା ଗ୍ରାମର ଅଶୋକ ବେହେରାଙ୍କ ପୁଅ ଆତିଶ ବେହେରା(ମିଲନ) (୨୭) । ଅଭିଯୋଗ ରୁ ପ୍ରକାଶ ଯେ ନିକଟରେ ବିଦେଶ ରୁ ଶ୍ରମିକ ଭାବେ ରୋଜଗାର କରି ବାକୁ ଯାଇଥିବା ମିଲନ୍ ଗାଁ କୁ ଫେରିଥିଲା ।

ଆଜି ଶନିବାର ଅପରାହ୍ନ ୨ଟା ସମୟରେ କୈ।ଣସି କାମ ପାଇଁ ବାଣପୁର କୁ ଯାଇ ନିଜର ବାଇକ୍ ପଲ୍ ସର୍(ନଂ ୦ଡି୨୮୩ଟି୩୯୬୨) ଯୋଗେ ଗାଁ କୁ ଫେରୁଥିବା ବେଳେ ରାଜପଥ ଉପରେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା କରି ଚାଲି ଯାଇଥିଲା । ଫଳରେ ବାଇକ୍ ଟି ଭାଙ୍ଗି ରୁଜି ଯିବା ସହ ଆରୋହୀ ମିଲନ୍ ର ଘଟଣା ସ୍ଥଳରେ ମ୍ରୃତ୍ୟୁ ଘଟିଛି । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ଼୍ରାଇଭର ଫେରାର୍ ଥିବା କୁହାଯାଉଛି ।

Exit mobile version