Home ଓଡ଼ିଶା ଶ୍ରୀମନ୍ଦିର ପରିସରରେ ହେବ ଶିଶୁ ତଥା ମା’ ମାନଙ୍କ ସକାଶେ ସ୍ତନ୍ୟପାନ ଗୃହ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି l ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି l ଇତି ମଧ୍ଯରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଏବଂ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି । ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି l ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ l ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ଯ ରହିବେ l ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ତଥା ବିଶେଷ କରି ମହିଳାଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026