Home ଓଡ଼ିଶା ସହରରେ ବୁଲିଲା ଦନ୍ତା ହାତୀ : ଭୟଭୀତ ଲୋକେ – ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ ଭାଙ୍ଗିଥିବା ନେଇ ମନ୍ଦିର ପୂଜକ ସନ୍ତୋଷ କୁମାର ମୁନିଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦନ୍ତା ହାତୀଟି ଧବଳେଶ୍ଵର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲ ମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇ ଯାଇଛି । ଉକ୍ତ ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପ୍ରତିବାଦରେ ଗତ ୧୯ ତାରିଖରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୨୦ ଖଣ୍ଡ ଗାଁର ହଜାର ହଜାର ମହିଳା ପୁରୁଷ ଜି.ଉଦୟଗିରି, କଳିଙ୍ଗା ବନ୍ଦ ଡାକରା ଦେଇ ବିଶାଳ ରାଲିରେ ଯାଇ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ । ହାତୀ ଏବେ ସହର ମଝିରେ ପଶିବା ଖବର ପାଇ ସହର ବାସି ଭୟଭୀତ ଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ଜଙ୍ଗଲ ବିଭାଗ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026 ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026