Home ଓଡ଼ିଶା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ : ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି । ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ ବାସଗୃହ ନିଆଁରେ ପାଉଁଶ ହୋଇଯାଇଥିଲା । କିନ୍ତୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଏ ପର୍ଯ୍ୟନ୍ତ ସ୍ୱାମୀଜୀଙ୍କୁ ନ୍ୟାୟ ମିଳିପାରି ନାହିଁ । ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ । ଆସନ୍ତା ୧୮ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ୨୦୧୫ ମସିହାରୁ ରାଜ୍ୟ ଆଇନ ବିଭାଗରେ ପଡ଼ି ରହିଥିବା ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହେବ କି ନାହିଁ, ତାହା ଉପରେ ସାରା ରାଜ୍ୟର ନଜର ରହିଛି । ବିରୋଧୀ ଆସନରେ ବସିଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବିଜେପି କ୍ରମାଗତ ଭାବେ ଦାବି କରି ଆସୁଥିଲା । କିନ୍ତୁ କ୍ଷମତାକୁ ଆସିବାର ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇ ଥିବା ବେଳେ ସ୍ବାମୀଜୀଙ୍କ ହତ୍ୟାକାଣ୍ଡ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ । କମିସନଙ୍କ ତଦନ୍ତ ରିପୋର୍ଟର ତର୍ଜମା ଚାଲିଛି ବୋଲି କହି ସରକାର ସମୟ ଗଡ଼ାଇ ଚାଲିଥିବା ଆଲୋଚନା ହେଉଛି । ଏହି ରିପୋର୍ଟ ବିଧାନସଭାକୁ କେବେ ଆସିବ ଆଉ ଘଟଣାର ସତ୍ୟତା ଓଡ଼ିଶାବାସୀ ଜାଣିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଅଗଷ୍ଟ ୧୬ ରେ ସ୍ବାମୀଜୀଙ୍କ ସ୍ମରଣରେ ଭୁବନେଶ୍ବରରେ ଆୟୋଜିତ ଗଣଦୌଡ଼ରେ ଅଂଶଗ୍ରହଣ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ଆଇନ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟର ତର୍ଜମା କରାଯାଉଛି । ଉପଯୁକ୍ତ ସମୟରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏପରିକି ସେହି ଦିନ ଗଣଦୌଡ଼ ଆୟୋଜନ କରିଥିବା ସାଧୁସନ୍ଥ ସମାଜ ପକ୍ଷରୁ ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ଲାଗି ସରକାରଙ୍କୁ ଆହ୍ବାନ କରିଥିଲେ । ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜଳେଶପଟା ଓ ଚକାପାଦ ଆଶ୍ରମରେ ଆୟୋଜିତ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଅନ୍ତେବାସୀ ଏବଂ ଶ୍ରଦ୍ଧାଳୁମାନେ ତଦନ୍ତ ରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ତର୍ଜମା ନାମରେ ରିପୋର୍ଟ ସାର୍ବଜନୀନ ନ ହେବାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଶେଷକରି ସେ ସମୟରେ ସ୍ବାମୀଜୀଙ୍କୁ ନ୍ୟାୟ ଦେବା ନିମନ୍ତେ ଆନ୍ଦୋଳନ କରି ବିଜେଡି ସରକାରଙ୍କ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିବା ସମର୍ଥକମାନେ ବିଜେପିର ଡବଲ ଇଞ୍ଜିନ ସରକାର କେବେ ନ୍ୟାୟ ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026