କଟକଣା କୋହଲ ପରେ ପୁଣି ଦାଦନ ଚାଲାଣ ଆରମ୍ଭ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :- କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ ରେ କଟକଣା କୋହଳ ହେବା ପରେ ସାଧାରଣ ଜୀବନ ଯାତ୍ରା ସ୍ବଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ମଧ୍ୟ କରୋନା ଆଇନ ରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା ସମସ୍ୟା ଗୁଡିକ ଦୂର ହୋଇଛି । ଦୋକାନ ବଜାର ଯାନ ବାହନ ଚଳାଚଳ ରାତ୍ରି କର୍ଫ୍ୟୁ ଭଳି ଆଇନ ରେ କୋହଲ କରାଯାଇଥିବା ରୁ ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି । କରୋନା ମହାମାରୀ ସମୟରେ ଗତ ମାର୍ଚ୍ଚ ମାସଠାରୁ ଜୁନ ମାସ ଯାଏଁ ଯେଉଁ ପ୍ରବାସୀ ମାନେ ଘରକୁ ବାହୁଡ଼ି ଥିଲେ ସେମାନେ ଏବେ ପୁଣି ଫେରିବାକୁ ଆରମ୍ଭ କଲେଣି ।

ଏହି ପରିପେକ୍ଷି ରେ ଜଗଦଲପୁର ଥାନା ବିଭିନ୍ନ ପଞ୍ଚାୟତ ରୁ ସରକାରୀ ଭାବେ ନାମ ପଞ୍ଜିକରଣ କରି ପ୍ରବାସୀ ଘରକୁ ଆସିଥିଲେ। ଦୀର୍ଘ ୪ମାସ ଘରେ ବସିବା ପରେ କୌଣସି ନିଶ୍ଚିତ କର୍ମ ସଂସ୍ଥାନ ନ ମିଳିବାରୁ ଯେଉଁଠୁ ଆସିଥିଲେ ସେମାନେ ଫେରି ଯାଉଥିବା ଦେଖିବାକୁ ମିଳିଛି ।ଲଖମରା ପଞ୍ଚାୟତରେ ବିଭିନ୍ନ ଗ୍ରାମର କେତେକ ପ୍ରବାସୀ ଦୀର୍ଘ ବର୍ଷ ହେଲାଣି ତାମିଲନାଡୁ ଏକ ଘରୋଇ କମ୍ପାନୀ କୁ ଯାଇଥାନ୍ତି।ଉକ୍ତ ପ୍ରବାସୀ ମାନଙ୍କୁ ନେବା ପାଇଁ ଆସିଥିବା ଏକ ଘରୋଇ ବସ TN73-B-1239 ବସ ର କର୍ମଚାରୀ ମାନେ ଜଗଦଲପୁର ଥାନା ଆଇ.ଆଇ.ସି ଙ୍କ ନିକଟ ରେ ପ୍ରକାଶ କରିଛନ୍ତି ।

ଖବର ପାଇ ଉପଜିଲ୍ଲାପାଳ ତନ୍ମୟକୁମାର ଦରୱାନ ଙ୍କ ନିର୍ଦେଶ କ୍ରମେ ଜଗଦଲପୁର ଥାନା ଆଇ.ଆଇ.ସି ଲିଲିମାଲଳିତା ବାର୍ଳା ଉକ୍ତ ବସ କୁ ଥାନା କୁ ଆଣିଛନ୍ତି।ବସ ର ଫିଟନେସ ଓ ଇନସୁରେନ୍ସ ଗାଡିର ସମସ୍ତ କାଗଜପତ୍ର ଠିକଠାକ ଅଛି କି ନାହିଁ ତାହା ତଦନ୍ତ କରୁଥିବା ଜଣାଯାଏ । ପ୍ରସାସନ କୁ ଜଣାଇ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଞ୍ଜୀକରଣ କରିବାକୁ ଶ୍ରମିକ ଚାଲାଣ କରୁଥିବା ଏକ ଦଲାଲ କୁ ତାଗିତ କରିଥିଲେ ।ଆଇ.ଆଇ.ସି ଏଲ ଏଲ ବ।ର୍ଲା ଙ୍କ ଏହି ନିୟମ ଦାଦନ ଚାଲାଣ କୁ କିଛି ମାତ୍ରାରେ ରୋକିବାରେ ସହାୟକ ହେବବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା   ।। (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version