Home ଓଡ଼ିଶା ଭାଷା ଵିତ୍ ବି.ରଙ୍ଗନାଥନଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶିଷ୍ଟ ଇଂରାଜୀ ଭାଷାବିତ୍ ତଥା ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଵି.ରଙ୍ଗନାଥନଙ୍କ ର ୨୭ ତମ ଶ୍ରାଦ୍ଧବାର୍ଷିକୀ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ରଙ୍ଗନାଥନ୍ ବାଙ୍ଗାଲୋର ସ୍ଥିତ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସଞ୍ଜୋଗ କ୍ରମେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆମନ୍ତ୍ରଣ ରେ ସେ ବାଣପୁର ସ୍ଥିତ ଗୋଦାବରୀଶ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ କାର୍ଯ୍ୟ କରି ଅବସର ପରେ ଭୀଷ୍ମ ଗିରି ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ନବ ଗଠିତ ନାଚୁଣୀ ମହାବିଦ୍ୟାଳୟ କୁ ଅଧ୍ୟକ୍ଷ ଭାବେ ଆସି ଦାୟିତ୍ଵ ଗ୍ରହଣ କରିଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଏହି ମହାବିଦ୍ୟାଳୟ ର ଉନ୍ନୟନ ରେ ବ୍ରତୀ ଥିଲେ। ତାଙ୍କର ୨୭ତମ ଶ୍ରାଦ୍ଧବାର୍ଷିକୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଚିଲିକା ର ପ୍ରାକ୍ତନ ବିଧାୟକ ତଥା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷକ ନେତା ତଥା ନାଚୁଣୀ ଗୋଦାବରୀଶ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ,ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦେବଦତ୍ତ ପାଣି ,ବାଙ୍କନିଧି କହଲ ସିଂହ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ରଙ୍ଗନାଥନ୍ ଙ୍କ ଦ୍ରୃଢ କର୍ତ୍ତବ୍ୟ ନିଷ୍ଠା, ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଓ ଛାତ୍ର ଵତ୍ସଳତା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅଧ୍ୟାପିକା ରଶ୍ମିତା ଜେନା କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026