Home ଓଡ଼ିଶା ଛାତ୍ରୀ ପାଇଁ ରକ୍ତ ଦାନ କଲେ ତିନି ଶିକ୍ଷକ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କୁମାରୀ ରଞ୍ଜୁ ମାଝି ,ପ୍ରଥମ ଶ୍ରେଣୀ , ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ .ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୟାଗଡର ଅନ୍ତେବାସିନୀ , ସେ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ପରେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟରେ ତା ୨୧.୮.୨୦୨୫ ରିଖ ରାତ୍ରି ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା ପରେ ଜଣା ଗଲା ଯେ ରକ୍ତ ଅଭାବ ଅଛି ତୁରନ୍ତ Blood O+ve ଦରକାର l ଏହି ଜରୁରୀ ସୂଚନା ଜିଲ୍ଲା ମଙ୍ଗଳ ଅଧିକାରୀ ,ନୟାଗଡ଼ ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ l ଏହି ପରିପ୍ରେକ୍ଷୀରେ ସ୍ବତଃପ୍ରବୃତ୍ତ ଭାବେ କଲ୍ୟାଣ ବିଭାଗର ତିନିଜଣ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ନାୟକ ,ପ୍ରଧାନ ସେବକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ, ଶ୍ରୀ ସୁଶାନ୍ତ କୁମାର ସେଠୀ ପ୍ରଧାନ ଶିକ୍ଷକ ଗୋହିରବାଦୁ ଆଶ୍ରମ ବିଦ୍ୟାଳୟ ଏବଂ ଶରତ କୁମାର ସାହୁ ବିଜ୍ଞାନ ଶିକ୍ଷକ ଡିମିରିପାଲ୍ଲୀ ଉଚ୍ଚ ବିଦ୍ୟାଳୟ , ସେଇ ଅନ୍ତେବାସିନୀ/ ଛାତ୍ରୀ ପାଇଁ ରକ୍ତଦାନ କରିଛନ୍ତି l ଏହି ମହତ କାର୍ଯ୍ୟ ପାଇଁ ଉକ୍ତ ଶିକ୍ଷକମାନଙ୍କୁ ସବୁ ମହଲ ରୁ ପ୍ରଶଂସା କରାଯାଇଛି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍ by Proprietor Abhimanyu Maharana May 4, 2026 ୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ by Proprietor Abhimanyu Maharana May 4, 2026 ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ by Proprietor Abhimanyu Maharana May 4, 2026 ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana May 4, 2026 Hectic Preparations on for 8th Raja Mahotsava in Gurugram by Proprietor Abhimanyu Maharana May 4, 2026 ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana May 3, 2026