ନୟାଗଡ ଜିଲ୍ଲା ର କୃଷି ଓ କୃଷକ ଙ୍କ ସମସ୍ୟା ସମାଧାନ କରିବା ରେ ସରକାର ସମ୍ପୂର୍ଣ ବିଫଳ। – ଅମୀୟ ପଟ୍ଟନାୟକ, ରାଷ୍ଟ୍ରୀୟ ସଂଯୋଜକ, ଅଖିଳ ଭାରତ କିଷାନ କଂଗ୍ରେସ

ନୟାଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା । ଜିଲ୍ଲା ର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ବି.ଜେ.ଡି ସରକାର ର ୨୫ ବର୍ଷ ଶାସନ ଓ ବର୍ତମାନ ର ବି.ଜେ.ପି ସରକାର ର ଏକ ବର୍ଷ ରୁ ଅଧିକ ଶାସନ ରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ । ଏହି ଉଭୟ ସରକାର ର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲା ରେ ପ୍ରତିଷ୍ଠା କରାଯାଇଥିବା ଚିନି କଳ ଟି ଆଜି ସମ୍ପୂର୍ଣ ବିଲୁପ୍ତ । ସେହିପରି ଚାଷ ପାଇଁ ଜଳସେଚନ ର ସୁଯୋଗ ଥିଲେ ମଧ୍ୟ ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା କେବଳ ଘୋଷଣା ରେ ରହିଛି । ପୂର୍ବରୁ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇ ପଡି ରହିଛି ।

ଜିଲ୍ଲା ରେ ପନିପରିବା ସରକ୍ଷଣ ପାଇଁ ଗୋଟିଏ ହେଲେ ଶୀତଳ ଭଣ୍ଡାର ନାହିଁ । ଚାଷୀ ତାର ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ପାଇବା ପରିବର୍ତ୍ତେ ବହୁ କ୍ଷତି ର ସମ୍ମୁଖୀନ ହଉଛନ୍ତି। ପି ଏମ କିଷାନ ନିଧି ଯୋଜନା ରେ ବହୁ ଚାଷୀ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ। ଫଳରେ ଅନେକ ଚାଷୀ ଚାଷ ଛାଡିବାକୁ ବାଧ୍ୟ ହେଉଛନ୍ତି। ଧାନ ର ଅଭାବୀ ବିକ୍ରି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ର କ୍ଷତି ପୂରଣ ଓ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ରେ ଅହେତୁକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ନୟାଗଡ ଜିଲ୍ଲା ର ପି ସି ସି ପର୍ଯ୍ୟବେକ୍ଷକ ତିନିଦିନିୟା ନୟାଗଡ ଜିଲ୍ଲା କୁ ଗସ୍ତ କରି ନୟାଗଡ ଥରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ମୋହନ ସରକାର କୁ ତୀବ୍ର ଭତ୍ସନା କରିଛନ୍ତି । ବି ଜେ ପି ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛି ।

କାଳ ବିଳମ୍ବ ନକରି ସରକାର ତୁରନ୍ତ ଚିନି କଳ ର ପୁନଃରୁଦ୍ଧାର, ବୃତଙ୍ଗ ଜଳସେଚନ ର ଆସୁ କାର୍ଯ୍ୟକାରିତା, ପ୍ରତି ବ୍ଲକ ସ୍ତର ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମହାନଦୀ ଅବବାହିକା ରେ ଥିବା ଗଣିଆ ଠାରୁ କରବର ପର୍ଯ୍ୟନ୍ତ ସମସ୍ତ ଚାଷ ଉପଯୋଗୀ ଜମି କୁ ସୁନିଶ୍ଚିତ ଜଳ ସେଚନ ବ୍ୟବସ୍ଥା କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢ ଦାବି କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ନୟାଗଡ ଜିଲ୍ଲରେ ସମବାୟ ସଂସ୍ଥା ରେ ସାରର ଉପଲବ୍ଧି ହେଉନାହିଁ ବର୍ତ୍ତମାନ ଚାଷୀମାନେ ସେମାନ ଙ୍କ ଧାନରୁଆ, ବଛା କାର୍ଯ୍ୟ କରିବାସହ ବିଲରେ ସାର ପକାଇବାପାଈଁ ସରକାର ଙ୍କ ରିହାତି ଦରରେ ସାର ମିଳୁନାହିଁ ଫଳରେ ଚାଷୀ ଅଧିକ ମୂଲ୍ୟ ଦେଇ କଳାବଜ଼ାରି ଙ୍କ ଠାରୁ କ୍ରୟ କରୁଛନ୍ତି l ତୁରନ୍ତ ଜିଲ୍ଲାପ୍ରଶାସନ ଚାଷୀ ଙ୍କ ପାଈଁ ରିହାତି ଡରରେ ସାରଯୋଗେଇ ଦିଅନ୍ତୁ ଏବଂ କଳାବଜାରୀ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠା ଗ୍ରହନ କରନ୍ତୁ ନହେଲେ ଆଗାମୀଦିନରେ ଜିଲ୍ଲାକଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଜିବ । ପୂର୍ବତନ ଜିଲ୍ଲା ସଭାପତି ରଣଜିତ ଦାଶ , ବରିଷ୍ଟ କଂଗ୍ରେସ ନେତା ହୁସେନ ଖାନ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version