Home ଓଡ଼ିଶା କୋରୁକୋଣ୍ଡା-ବାଲିମେଳା ଉତ୍କଳ ସାମ୍ବାଦିକ ସଂଘରେ ନୂତନ କର୍ମକର୍ତ୍ତା ଚୟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲା ଶାଖା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳା ସଂଘରେ ନୂତନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଏଥିରେ ପ୍ରଦୀପ କୁମାର ମହାରଣାଙ୍କୁ ସଭାପତି, ଏ. ଦେବାଶିଷ ପାତ୍ରଙ୍କୁ ସମ୍ପାଦକ ଏବଂ ଅଭିନାଶ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ବାଲିମେଳାରେ ଅବସ୍ଥିତ ରିକ୍ରିଏସନ କ୍ଲବରେ ସାଧାରଣ ପରିଷଦ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଶ୍ରୀନିବାସ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହଚରଣ ମହାନ୍ତି, ଉପଦେଷ୍ଟା ରତ୍ନାକର ଦାସ, କାଲିମେଳା ବ୍ଲକ ସଭାପତି ଟି. ସତ୍ୟନାରାୟଣ ସୁବୁଦ୍ଧି, ଚିତ୍ରକୋଣ୍ଡା ବ୍ଲକ ସଭାପତି ଶିବ ଖରା, ମାଥିଲି ବ୍ଲକ ସଭାପତି ଶିବ ପରିଚ୍ଛ, ସହିତ ବିକ୍ରମ ସ୍ୱାଇଁ, ଶିବ ପ୍ରସାଦ ପାତ୍ର, ବିଶ୍ୱଜିତ ନାହାକ, ଆଶିଷ ବେହେରା, ଦୀପଙ୍କର କୀର୍ତ୍ତନିଆ, ସୁରେନ୍ଦ୍ର ହାଲବା, ନରତୋଷ ବାଲା, ବିଦ୍ୟୁତ ବୈରାଗୀ, ସୌରଭ ମଣ୍ଡଳ, ରାହୁଲ ଗୋଲରୀ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ନୂତନ କର୍ମକର୍ତ୍ତା ଚୟନ ପରେ ସଭାପତି ପ୍ରଦୀପ ମହାରଣା କହିଥିଲେ, “କୋରୁକୋଣ୍ଡା ଏବଂ ବାଲିମେଳା ସାମ୍ବାଦିକ ସଂଘରେ ଏକ ନୂତନ ଗୃହ ନିର୍ମାଣ କରିବା ସହିତ ସଂଘକୁ ସୃଦୃଢ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବୁ । ଏହି କାର୍ଯ୍ୟକ୍ରମକୁ ସଂଘର ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ ସଫଳତାର ସହିତ ପରିଚାଳନା କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026