Home ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘ ଓ ନେତାଜି ସୁବାଷବୋଷ ଟାଉନ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ରେ ନେତାଜି ସୁବାଷବୋଷ ଟାଉନ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଥିଲି ଗୁଳିକାଣ୍ଡ ଦିବସରେ ସୁଦୂର ଭଦ୍ରକ ଜିଲ୍ଲା ସହିଦ ପୀଠ ଇରମ ଓ ଭଣ୍ଡାରୀ ପୋଖରୀ ଅଞ୍ଚଳ ରୁ ଆସିଥିବା ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହିଦ ସଂଗ୍ରାମୀ ଦାୟଦ ଙ୍କୁ ଆଜି ମାଲକାନଗିରି ଜିଲ୍ଲା ନେତାଜୀ ସୁବାଷ ବୋଷ ଟାଉନ କ୍ଳବ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜଣା ଯାଇଛି। ଆଜି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ବରିଷ୍ଠ ଉପଦେଷ୍ଠା ରତ୍ନାକର ଦାଶ ଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା ମୂଖ୍ୟଅତିଥି ଭାବେ ଓଡିଶା ଗାନ୍ଧି ଫୋରମ ସହିଦ ତୀର୍ଥ ଯାତ୍ରୀ ସଂଘ ସଭା ପତି ବରିଷ୍ଠ ସଂଗ୍ରାମୀ ବୈଲୋଚନ ଜେନା,ମୂଖ୍ୟ ଵକ୍ତା ଭାବେ ଜାତୀୟ ମହିଳା ଫେଡ୍ରେସନ୍ ର ଜାତୀୟ ପରିଷଦ ସଭ୍ୟା ବନଲତା ଜେନା, ସମ୍ମାନୀତ ଅତିଥି ଭାବେ ସହିଦ ତୀର୍ଥ ଯାତ୍ରୀ ସଞ୍ଜୀବ ବାରିକ, ଉତ୍କଳ ମହିଳା ସମିତି ସଭାନେତ୍ରୀ କୌଶଲ୍ୟା କୁଅଁର ଯୋଗ ଦେଇ ଓଡିଶା ମାଟିର ସହିଦ ସଂଗ୍ରାମୀଙ୍କ ସ୍ୱାଧୀନତା ଆନ୍ଦୋଳନ ର ଗାଥା କହିଥିଲେ। ଏହି ଅବସର ରେ ନେତାଜୀ ସୁବାଷ ବୋଷ ଟାଉନ କ୍ଳବ ର ସଭାପତି ଜି ଶ୍ରୀନିବାସ ରାଓ, ପି କେଶୁ ରାଓ, ସରୋଜ ପାତ୍ର, ସାମ୍ବାଦିକ ସଂଘ ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନୁପାତ୍ର ପ୍ରମୁଖ ସାମ୍ବାଦିକ ଓ କ୍ଳବ ସଦସ୍ୟ ମାନେ ସଂଗ୍ରାମୀ ଦାୟଦ ମାନଙ୍କୁ ଉପ ଉଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭଦ୍ରକ ସହିଦ ପୀଠରୁ ଅଣାଯାଇଥିବା ପବିତ୍ର କଳସ ସଂଘ ସଭାପତି ଓ କ୍ଳବ ସଭା ପତିଙ୍କୁ ପ୍ରଦାନ କରି ଉକ୍ତ କଳସରେ ମାଲ୍ୟବନ୍ତଗିରୀର ପବିତ୍ର ମାଟି ନିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ସାମ୍ବାଦିକ ମାଣିକ ବାଚଡ, ରାହୁଲ ଗୋଲରି, ରାଜେସ ବେପାରୀ, ମୃଣାଲ ମଣ୍ଡଳ, ପଙ୍କଜ ଖରା, ବିଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026