Home ଓଡ଼ିଶା ୟୁ.କେ. ଓଡ଼ିଶା ସମାଜର ବାର୍ଷିକ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଲଣ୍ଡନ/ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଅଧିବେଶନକୁ କେନ୍ଦ୍ରକରି ଏବେ ବ୍ୟାପକ ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ୟ କରାଯାଉଛି । ଲଣ୍ଡନର ମେଡେନହେଡ୍ ଠାରେ ଏହି ସମାରୋହ ଆଗାମୀ ଅଗଷ୍ଟ ୨୩ ଓ ୨୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ୟୁ.କେ. ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କରେ ବସବାସ କରୁଥିବା ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଏବଂ ପରିବାରଙ୍କ ମଧ୍ୟରେ ବନ୍ଧୁ ମିଳନ ପାଇଁ ଏହି ଶୀର୍ଷ ସମାବେଶ ଉଦ୍ଦିଷ୍ଟ । ଚଳିତ ବର୍ଷର ସମ୍ମିଳନୀରେ ସହସ୍ରାଧିକ ଓସୁକର ସଦସ୍ୟ ଓ ଶୁଭେଚ୍ଛୁ, ସେମାନଙ୍କର ବନ୍ଧୁ, ପରିଜନ ଓ ପରିବାର ବର୍ଗଙ୍କ ସହିତ ଯୋଗ ଦେବାର ସମ୍ଭାବନା ରହିଛି । ଓସୁକର ବହୁ ଆକାଂକ୍ଷୀତ ଏହି ଅଧିବେଶନରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ପରମ୍ପରା, ଉତ୍ତିଷ୍ଠୀତ ଐତିହ୍ଯ, ଉଚ୍ଚକୋଟୀର ପରିପାଟୀ, ସମୃଦ୍ଧ ସାହିତ୍ୟ ,ସୁଲଳିତ ନୃତ୍ୟ ,ସୁମଧୁର ସଙ୍ଗୀତ ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ଜଣାଯାଇଛି । ଓଡ଼ିଶାରେ ଆମର ମୌଳିକ ଉତ୍ପତ୍ତି ସହିତ ସମ୍ପର୍କ ଯୋଡ଼ିବା ଏବଂ ଓଡ଼ିଆ ଜାତିର ସ୍ବର୍ଣ୍ଣାଭ ଇତିହାସରୁ ଗର୍ବ, ପ୍ରେରଣା ଓ ପ୍ରୋତ୍ସାହନ ଲାଭ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ ଦର୍ଶାଇଛନ୍ତି । ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଓଡ଼ିଶା ଓ ଇଂଲଣ୍ଡର ବହୁ ପାରଦର୍ଶି ଏବଂ ପ୍ରତିଭାବାନ କଳାକାର ମାନଙ୍କର ସୃଜନଶୀଳତାର ଚାତୁର୍ଯ୍ୟ ଦେଖିବାକୁ ମିଳିବ । ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର, ଉଦୀୟମାନ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ‘କମେଡି କିଙ୍ଗ’ ପପୁ ପମପମଙ୍କର ଦମଦାର ଅଭିନୟ ହେବ । ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ତନୟା ପଟ୍ଟନାୟକ, ତୁଳିକା ତ୍ରିପାଠୀ ଏବଂ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଈପ୍ସିତା ପଣ୍ଡା ,କୁଳଦୀପ-ଶାଶ୍ୱତୀ ପଟ୍ଟନାୟକ ଯୋଡ଼ି ତଥା ଟ୍ରୁପଙ୍କର ସଙ୍ଗୀତ ପରିବେଷଣର ଜାଦୁଗରୀ ଝଲକ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୁଶଳ ବିନିମୟ କର୍ମଶାଳା ଏବଂ ଫେସନ ସୋ ଆଦି ମଧ୍ୟ ସ୍ଥାନ ପାଇବ । ପତ୍ରିକା ବିଭାଗର ସମ୍ପାଦକ ଡ଼ଃ ରାଜିନ୍ଦର ସିଂହଙ୍କର ତତ୍ୱାବଧାନରେ ପ୍ରକାଶିତ ଓସୁକର ସ୍ମରଣିକା ‘ନବ ଗୁଞ୍ଜର’ ଅଧିବେଶନରେ ଉନ୍ମୋଚିତ ହେବ । ଆଗାମୀ ଅଧିବେଶନ କାଳରେ ଓସୁକ ସହିତ ସମ୍ପୃକ୍ତ ସମସ୍ତଙ୍କୁ ଆମ ସମ୍ପ୍ରଦାୟର ଉଲ୍ଲେଖଯୋଗ୍ୟ ସଫଳତା, ଅତୀତର ଅଭୁଲା ସ୍ମୃତି ଏବଂ ଭବିଷ୍ୟତର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋକପାତ କରିବାର ଭରପୁର ସୁଯୋଗ ମିଳିବ ବୋଲି ଓସୁକର ସଭାପତି ବିଶ୍ୱଜିତ ପ୍ରଧାନ ଏବଂ ସମ୍ପାଦକ ସୁକାନ୍ତ ସାହୁ ଗଣମାଧ୍ୟମକୁ ସୁଚାଇଛନ୍ତି । ୪୬ ତମ ଅଧିବେଶନକୁ ଆୟୋଜନ କରୁଥିବା କୋର ଟିମରେ ସଙ୍ଗଠନ ସମ୍ପାଦକ ଅଶୋକ ଚନ୍ଦ୍ର ପାଣିଗ୍ରାହୀ, ନୀରା ତିୱାରୀ, ସାଂସ୍କୁତିକ ସମ୍ପାଦକ ଅନୁଶ୍ରୀ ପଟ୍ଟନାୟକ, ଅକ୍ଷିତା ବ୍ରହ୍ମା, କୋଷାଧ୍ୟକ୍ଷ କିଶୋର ଦାସ, ସାଙ୍ଗଠନିକ କମିଟି ସଦସ୍ୟ ବୃନ୍ଦ ଉମାକାନ୍ତ ରାଉତ,ଶ୍ରୀକାନ୍ତ ପାଢ଼ୀ,ସୁସ୍ମିତା ରାଜହଂସ, ଅମ୍ବିକା ପାଢ଼ୀ ତଥା ଯୁବ ସଦସ୍ୟ ଆୟୁଷ ଜେନା ଦାସ, ବିଶାଳ ମାୟୋ, ଆଶ୍ରିୟା ଫର୍ଣ୍ଣାଡୋ, ପ୍ରିୟେଶ ଫର୍ଣ୍ଣାଡୋ ଏବଂ ଓସୁକର ପୂର୍ବତନ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ଆସନ୍ତା ଅଧିବେଶନରେ ଶିରୋନାମା ପ୍ରୟୋଜକ ଭାବେ ଏଭୋସ ଓ ପୋଟଲି ସ୍ଥାନ ପାଇବେ । ଅନ୍ୟାନ୍ୟ ପ୍ରୟୋଜକ ମାନଙ୍କ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି, ଆର୍ ଆର୍ ଇଭେଣ୍ଟସ୍,ଏସଆର୍ ସିଷ୍ଟମସ୍, ଆସପୋରା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏସଆର୍ ଇଭେଣ୍ଟସ୍ , ୟୁକେର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆମେଡିୟସ ପ୍ରମୁଖ ରହିଥିବା ଜଣାଯାଇଛି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026