Home ଓଡ଼ିଶା ଧନକଉଡା ସହରା ଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜାତୀୟ ପୁରସ୍କାର ନେଇ କର୍ମଚାରୀ ଙ୍କ ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସମ୍ମାନ ଜନକ ରାଷ୍ଟ୍ରୀୟ ଗୁଣବତ୍ତା ସୂଚକ ମାନଦଣ୍ଡ (ଏନ କ୍ୟୁ ଏ ଏସ) ପୁରସ୍କାର ମିଳିଥିବା ନେଇ ଆଜି କର୍ମଚାରୀ ମାନଙ୍କ ଏକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ ୨୦-୨୧ ତାରିଖ ରେ ୨ ଜଣିଆ ଜାତୀୟ ଦଳ ଡା. ରାଜେଶ ମିଶ୍ର ଓ ଶ୍ରୀମତୀ ପ୍ରୀତି ସଂଗୀତା ବାରା ଆସି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ୧୨ ଗୋଟି ବିଭାଗ ର ତର୍ଜମା କରିଥିଲେ I ଏହି ଆକଳନ ସମୟରେ ଡା ଦିଲୀପ ମୁଦୁଲି, ଡା ସୁନିତା ମେଣ୍ଡୁଳି, ଫାରମାସି ଅଫିସର ରାମଚନ୍ଦ୍ର ରାଉତ,ସୁପ୍ରୀତ ନାୟକ, ଖିତିପ୍ରଭା ଭୋଇ, ପୁଷ୍ପାଞ୍ଜଳି ପଟେଲ, ନିରୁପମା ଧଳ, ଲିଜ଼ାଲୀନ ପୃସେଠ, ସୁପ୍ରଭାତ ସାହୁ, ସୁପ୍ରଭା ରାଉତ, ସୋନାଲି ପ୍ରଧାନ, ମୀରାରାଣୀ ନାୟକ, ସୁପ୍ରିୟା ସାହୁ, ପ୍ରୀତ୍ୟ ପଦ୍ମ ରଥ ତଥା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଜନ ଆରୋଗ୍ୟ ସମିତି ସଭ୍ୟ ଶ୍ରୀ ହୀରାଲାଲ ବେହେରା ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରି ଥିଲେ I ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ ସମ୍ବଲପୁର ତରଫରୁ ଡା ଅଶୋକ ଦାସ (ଅତିରିକ୍ତ ଜିଲ୍ଲା ନଗର ସ୍ୱାସ୍ଥ୍ୟ ଅଧିକାରୀ), ଶ୍ରୀ ମୃତୁଞ୍ଜୟ ମୁଣ୍ଡ (ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀ ନିକୁ ରଞ୍ଜନ ପ୍ରତିହାରୀ (ନଗର କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀମତୀ ଵୈଶାଳିନୀ ସାହୁ (ଗୁଣବତ୍ତା ଅଧିକାରୀ), ଶ୍ରୀ ମଳୟ ରଞ୍ଜନ ପାଣିଗ୍ରାହୀ (ଅତିରିକ୍ତ କାର୍ଯ୍ୟକ୍ରମ ପରିଚାଳକ, ସହରାଂଚଳ ) ପ୍ରମୁଖ ଉପସ୍ଥିତ ରହି ତର୍ଜମା ପ୍ରକ୍ରିୟା କୁ ପରିଚାଳନା କରିଥିଲେ I ସମ୍ମାନ ପାଇଁ ଜାତୀୟ ଦଳ ମିଳୁଥିବା ସ୍ୱାସ୍ଥ୍ୟ ସେବା, ଔଷଧ କେନ୍ଦ୍ର,ପାଥୋଲୋଜି, ଡ୍ରେସିଂ ରୁମ, ଫିଜିଓ ଥେରାପି, ଟୀକା କାରଣ, ପରିବାର ନିୟୋଜନ ତଥା ପରିସ୍କାର ପରିଛନତା ଆଦି ତଦାରଖ କରିଥିଲେ I ଏହି ଆକଳନ ରେ ସର୍ବମୋଟ ୯୧.୨୪ % ଅଙ୍କ ରଖି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତୀର୍ଣ ହୋଇ ଏହି ସମ୍ମାନ ଜନକ ଏନ କ୍ୟୁ ଏ ଏସ ପୁରସ୍କାର ପାଇବା ପାଇଁ ହକଦାର ହୋଇଛି I ଆଜିର ଏହି ସମ୍ବର୍ଦ୍ଧନା ସମାରୋହ ରେ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ହୋତା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ ଅଶୋକ କୁମାର ଦାସ, ଡ. ଦିଲ୍ଲୀପ କୁମାର ମୁଦୁଲି, ଜନ ଆରୋଗ୍ୟ ସମିତି ସଭ୍ୟ ହୀରାଲାଲ ବେହେରା ତଥା ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ହୋତା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହିଭଳି ସେବା ଯୋଗେଇ ଦେବା ପାଇଁ ଉତ୍ସାହିତ କରିଥିଲେ I Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026