Home ଓଡ଼ିଶା ଧନକଉଡା ସହରା ଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜାତୀୟ ପୁରସ୍କାର ନେଇ କର୍ମଚାରୀ ଙ୍କ ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସମ୍ମାନ ଜନକ ରାଷ୍ଟ୍ରୀୟ ଗୁଣବତ୍ତା ସୂଚକ ମାନଦଣ୍ଡ (ଏନ କ୍ୟୁ ଏ ଏସ) ପୁରସ୍କାର ମିଳିଥିବା ନେଇ ଆଜି କର୍ମଚାରୀ ମାନଙ୍କ ଏକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ ୨୦-୨୧ ତାରିଖ ରେ ୨ ଜଣିଆ ଜାତୀୟ ଦଳ ଡା. ରାଜେଶ ମିଶ୍ର ଓ ଶ୍ରୀମତୀ ପ୍ରୀତି ସଂଗୀତା ବାରା ଆସି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ୧୨ ଗୋଟି ବିଭାଗ ର ତର୍ଜମା କରିଥିଲେ I ଏହି ଆକଳନ ସମୟରେ ଡା ଦିଲୀପ ମୁଦୁଲି, ଡା ସୁନିତା ମେଣ୍ଡୁଳି, ଫାରମାସି ଅଫିସର ରାମଚନ୍ଦ୍ର ରାଉତ,ସୁପ୍ରୀତ ନାୟକ, ଖିତିପ୍ରଭା ଭୋଇ, ପୁଷ୍ପାଞ୍ଜଳି ପଟେଲ, ନିରୁପମା ଧଳ, ଲିଜ଼ାଲୀନ ପୃସେଠ, ସୁପ୍ରଭାତ ସାହୁ, ସୁପ୍ରଭା ରାଉତ, ସୋନାଲି ପ୍ରଧାନ, ମୀରାରାଣୀ ନାୟକ, ସୁପ୍ରିୟା ସାହୁ, ପ୍ରୀତ୍ୟ ପଦ୍ମ ରଥ ତଥା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଜନ ଆରୋଗ୍ୟ ସମିତି ସଭ୍ୟ ଶ୍ରୀ ହୀରାଲାଲ ବେହେରା ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରି ଥିଲେ I ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ ସମ୍ବଲପୁର ତରଫରୁ ଡା ଅଶୋକ ଦାସ (ଅତିରିକ୍ତ ଜିଲ୍ଲା ନଗର ସ୍ୱାସ୍ଥ୍ୟ ଅଧିକାରୀ), ଶ୍ରୀ ମୃତୁଞ୍ଜୟ ମୁଣ୍ଡ (ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀ ନିକୁ ରଞ୍ଜନ ପ୍ରତିହାରୀ (ନଗର କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀମତୀ ଵୈଶାଳିନୀ ସାହୁ (ଗୁଣବତ୍ତା ଅଧିକାରୀ), ଶ୍ରୀ ମଳୟ ରଞ୍ଜନ ପାଣିଗ୍ରାହୀ (ଅତିରିକ୍ତ କାର୍ଯ୍ୟକ୍ରମ ପରିଚାଳକ, ସହରାଂଚଳ ) ପ୍ରମୁଖ ଉପସ୍ଥିତ ରହି ତର୍ଜମା ପ୍ରକ୍ରିୟା କୁ ପରିଚାଳନା କରିଥିଲେ I ସମ୍ମାନ ପାଇଁ ଜାତୀୟ ଦଳ ମିଳୁଥିବା ସ୍ୱାସ୍ଥ୍ୟ ସେବା, ଔଷଧ କେନ୍ଦ୍ର,ପାଥୋଲୋଜି, ଡ୍ରେସିଂ ରୁମ, ଫିଜିଓ ଥେରାପି, ଟୀକା କାରଣ, ପରିବାର ନିୟୋଜନ ତଥା ପରିସ୍କାର ପରିଛନତା ଆଦି ତଦାରଖ କରିଥିଲେ I ଏହି ଆକଳନ ରେ ସର୍ବମୋଟ ୯୧.୨୪ % ଅଙ୍କ ରଖି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତୀର୍ଣ ହୋଇ ଏହି ସମ୍ମାନ ଜନକ ଏନ କ୍ୟୁ ଏ ଏସ ପୁରସ୍କାର ପାଇବା ପାଇଁ ହକଦାର ହୋଇଛି I ଆଜିର ଏହି ସମ୍ବର୍ଦ୍ଧନା ସମାରୋହ ରେ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ହୋତା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ ଅଶୋକ କୁମାର ଦାସ, ଡ. ଦିଲ୍ଲୀପ କୁମାର ମୁଦୁଲି, ଜନ ଆରୋଗ୍ୟ ସମିତି ସଭ୍ୟ ହୀରାଲାଲ ବେହେରା ତଥା ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ହୋତା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହିଭଳି ସେବା ଯୋଗେଇ ଦେବା ପାଇଁ ଉତ୍ସାହିତ କରିଥିଲେ I Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026 ବିଶ୍ଵହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ by Proprietor Abhimanyu Maharana September 7, 2026 ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026 ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ by Proprietor Abhimanyu Maharana September 7, 2026