କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତ ଶୁଣାଇଲେ ଦଣ୍ଡାଦେଶ । ସ୍ବତନ୍ତ୍ର କୋର୍ଟ ଗଣେଶ କହଁରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଶୁଣାଇଛନ୍ତି । ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏହି ମାମଲାର ଶୁଣାଣି କରିଥିଲେ । ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ୍ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।
ସୂଚନା ଅନୁସାରେ ଗତ ୨୦୨୩ ମସିହାରେ ୧୪ ବର୍ଷୀୟା ପୀଡ଼ିତା ଜଣକ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ତଦନ୍ତ ପରେ ଅଭିଯୁକ୍ତ ଗଣେଶ କହଁର ଗ୍ରୀଷ୍ମ ଛୁଟିରେ ପୀଡ଼ିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲ କଲେଜରେ ପୀଡ଼ିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

