Home ଓଡ଼ିଶା ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ସଦଚାର ଓ ପାରଦର୍ଶିତା ବୃଦ୍ଧି ପାଇଁ ସତର୍କତା ସଚେତନତା ସେମିନାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସତର୍କତା ସଚେତନତା ସପ୍ତାହ ୨୦୨୫ ପାଳନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ସେମିନାର ଆୟୋଜିତ ହୋଇଯାଇଛି । ଯାହା ରେଳ ପ୍ରଶାସନରେ ସଦଚାର ଓ ପାରଦର୍ଶିତାର ବିକାଶ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା । ସେମିନାରରେ ରେଳବିଭାଗର ସ୍ୱାସ୍ଥ୍ୟ,ଭଣ୍ଡାର ଓ ଲେଖା ବିଭାଗ ସହିତ ସଂପୃକ୍ତ ଭିଜିଲାନ୍ସ ସମସ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ଏହି ଆୟୋଜନ ମାଧ୍ୟମରେ ଏକ ନୀତିନିଷ୍ଠା, ଦାୟିତ୍ୱବୋଧ ଓ ନୀତିଗତ ଆଚରଣ ଭିତ୍ତିକ ସଂସ୍କୃତି ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଯୋଗଦାନ କରି ସତର୍କତା ସମ୍ବନ୍ଧରେ ତାଙ୍କର ଅନୁଭବ ଓ ଅନୁପ୍ରେରଣା ଦାୟକ ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ମଣ୍ଡଳ କହିଛନ୍ତି ଯେ, ସୁଶାସନ ଓ କ୍ଷମତାଶୀଳ ସେବା ପ୍ରଦାନ ପାଇଁ ସତର୍କତା ଅତ୍ୟନ୍ତ ଆବଶ୍ୟକ ଉପାଦାନ। ସ୍ୱାସ୍ଥ୍ୟ,ଭଣ୍ଡାର ଓ ଲେଖା (ଆକାଉଣ୍ଟସ୍) ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଓ ନିଜ ନିଜର ମତ ପ୍ରକାଶ କରିବା ସହ ସ୍ଵଛ ସୁଶାସନ ପାଇଁ ସେମାନଙ୍କର ମତ ରଖିଥିଲେ। ସତର୍କତା ସଚେତନତା ୨୦୨୫ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆୟୋଜିତ ସେମିନାରକୁ ପୂର୍ବତଟ ରେଳପଥ ଉପମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ରମେଶ କାମିନି ପରିଚାଳନା କରିବା ସହ ସମସ୍ତ ବିଭାଗରେ ସ୍ୱଚ୍ଛତା ଓ ପ୍ରତିଷେଧକ ସଜାଗତାର ଉନ୍ନତି ଆଣିବା ପାଇଁ ଦୃଢ଼ ମତ ରଖିଥିଲେ । ଏହି ପ୍ରୟାସ ରେଳ ମଣ୍ଡଳରେ ସଦଚାର, ପାରଦର୍ଶିତା ଓ ଦାୟିତ୍ୱବୋଧ ର ମୂଲ୍ୟବୋଧ କୁ ସୁଦୃଢ କରିବା ପ୍ରତି ଖୋର୍ଦ୍ଧାରୋଡ୍ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରିଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026