ପିତା,ମାତା ଓ ଶିକ୍ଷକଙ୍କ ବୈଠକ

ଜଟଣୀ-ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ରେଙ୍ଗଳ ଗ୍ରାମପଞ୍ଚାୟତ ଅଧୀନ ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ, ଝାରପଡା ପରିସରରେ ପିତା,ମାତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଭାକର ସେଠି ଙ୍କ ଅଧ୍ୟକ୍ଷତା ରେ ବୈଠକରେ ଏସ ଏମ୍ ସି ଅଧକ୍ଷା ତଅପୋଇ ସୁନ୍ଦରାୟ, ସ୍ୱୀକୃତି ସାହୁ,

ପ୍ରଶନ୍ନ କୁମାର ଭଟ୍ଟ ପ୍ରମୁଖ ୩୧ ଜଣ ସଭ୍ୟ ସଭ୍ୟା ଯୋଗ ଦେଇ ଅଧାରୁ ପାଠ ଛାଡି ଥିବା ଓ ଆଦୌ ବିଦ୍ୟାଳୟ ନ ଆସୁଥିବା ପିଲା ମାନେ କିପରି ମୁଖ୍ୟ ସ୍ରୋତରେ ସାମିଲ ହେବେ ଆଲୋଚନା କରି ଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ ।

Exit mobile version