Home ଓଡ଼ିଶା ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରୁ ୭୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ରା.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ପିତୃମାତୃହୀନ ଏହି ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଅଜଣା ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିଠାରେ ଥିବା କ୍ରେଡେଲଠାରେ ଛାଡ଼ି ଚାଲିଯାଇଥିଲେ । ଶିଶୁଟି ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର କର୍ମକର୍ତ୍ତାଙ୍କ ଦ୍ଵାରା ଉଦ୍ଧାର ହୋଇ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ, ରାଣୀପେଟାଠାରେ ରଖାଯାଇଥିଲା । ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଟିର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ୱାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୪ ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁଟିକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଟିର ବୟସ ପ୍ରାୟ୨ ବର୍ଷ, ଶିଶୁପୁତ୍ର ହୋଇଥିବାବେଳେ, ଶିଶୁଟିକୁ ପାଇ ଉକ୍ତ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର, ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ମମତା ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଏବଂ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026