ଜାତୀୟ ରାଜପଥର ଗୋପାଳପୁର ଟ୍ରାଫିକ ପୋଷ୍ଟ ନିକଟରେ ବାଇକ୍ ଉପରେ ମାଡ଼ିଗଲା ଟ୍ରକ ଦୁଇ ମୃତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ -ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କାଠଯୋଡି ବ୍ରିଜ ଶେଷ ଗୋପାଳପୁର ଗଡା ଟ୍ରାଫିକ ଛକ ଠାରେ ଗୁରୁବାର ରାତି ସାଢ଼େ ୯ ଟା ସମୟରେ ଘଟିଛି ଏକ ଦୁଃଖଦ ଘଟଣା । ଟ୍ରାଫିକ ସିଗିନାଲକୁ ଅପେକ୍ଷା କରି ରାସ୍ତା ରେ ଅଟକି ଥିବା ବାଇକ୍ ଉପରେ ଓଡି-୦୭- ୮୧୨୩ ନମ୍ବର ଏକ ୧୦ ଚକିଆ କୋଇଲା ବୋଝେଇ ଟ୍ରକ ମାଡ଼ିଯିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

ମୃତ ବ୍ୟକ୍ତି ଦୁଇଜଣ ହେଲେ ଜଗସିଂହପୁର ଥାନା ବଣିଆସାହିର ଅଞ୍ଚଳର ଦେବୀପ୍ରସାଦ ପାଳ ଏବଂ ଅନ୍ୟ ଜଣେ ହେଲେ ତାଙ୍କର ସଂପର୍କୀୟ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକ ଡେଲଟା କଲୋନୀରେ ରହୁଥିବା ଦୂର୍ଗା ଚରଣ ପାତ୍ରଙ୍କ ପତ୍ନୀ ସସ୍ମୀତା ପାଳ । ସେ ଦୁହେଁ ବାଇଯୋଗେ ଜଗସିଂହପୁର ରୁ ଭୁବନେଶ୍ୱର ଉତ୍ତରା ଡେଲଟା କଲୋନୀ କୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା କାଠଯୋଡି ବ୍ରିଜ ଶେଷ ଭାଗ ଗୋପାଳପୁର ଟ୍ରାଫିକ ପଏଣ୍ଟ ନିକଟରେ ଘଟିଥିଲା ।

ଦେବୀପ୍ରସାଦ ଏବଂ ସସ୍ମିତା ଟ୍ରାଫିକ ସିଗ୍ନାଲ କୁ ଅପେକ୍ଷା କରି ରାସ୍ତାରେ ଅଟକି ଥିବା ସମୟରେ ପଛରୁ ଆସି ଉକ୍ତ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ବାଇକ୍ ଉପରେ ମାଡ଼ି ଯାଇ କିଛିଦୂର ଘୋଷାରୀ ନେବା ସହ ଅଟକି ଥିଲା । ଯାହାଫଳରେ ଉଭୟ ଟ୍ରକ ଚକାତଳେ ଚାପିହୋଇ ପ୍ରାଣ ହରାଇଥିଲେ । ଏହି ଘଟଣା ଘଟିବାରୁ ରାସ୍ତାରେ ଯାଉଥିବା ଗାଡିମଟର ପଛକୁ ପଛ ଟ୍ରାଫିକ ଯାମ କରି ରହିଥିବାରୁ ଆମ୍ବୁଲାନ୍ସ ଏହି ଭିଡ଼ରେ ଅଟକି ରହିଥିଲା ।

ଦୂରଘଟଣା ର ଖବର ପାଇ କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତି,ଏସିପ ‌ଶଶିକାନ୍ତ ରାଉତ ପ ଏବଂ ଏନ୍ ଏଚ ଟ୍ରାଫିକ ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ଆମ୍ବୁଲାନ୍ସ ଯୋଗେ ମୃତ ସ୍ଵାମୀ ସ୍ତ୍ରୀ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହିତ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରି ଗାଡି ଚଳାଚଳର ବ୍ୟବସ୍ଥା କରିଥିଲେ । ସଦର ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ସଦର ଥାନାକୁ ନେଇଥିଲା ।

Exit mobile version