
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବ ବରିଷ୍ଠ ନାଗରିକ ଦିବସ ଅବସରରେ ଏ.ଜି ମିଶନ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ମାର୍ଟିନଙ୍କ ଦ୍ବାରା ଆୟୋଜିତ ସମୁହ ସେବା ଉପହାର ସ୍ଵରୂପ ସ୍ଥାନୀୟ ଟାଙ୍ଗି ବ୍ଲକର ବିଶ୍ବଜୀବନ ସେବାସଂଘକୁ ଏ.ଜି.ମିଶନ୍ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ବିଦ୍ୟାଳୟର ମ୍ୟାନେଜର ସାଇନି ବିନୁ ଏବଂ ଶିକ୍ଷକଶୀକ୍ଷୟିତ୍ରୀମାନେ ପରିଦର୍ଶନ କରି ବୃଦ୍ଧାଶ୍ରମରେ ରହିଥିବା ବରିଷ୍ଠ ନାଗରିକମାନଙ୍କ ସହିତ କିଛିସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଉପହାରମାନ ପ୍ରଦାନ କରି ଆଜିର ଦିନଟିକୁ ସଫଳ କରିଥିଲେ । ଏଥିସହିତ ଅନେକ ପ୍ରତିଯୋଗିତାମାନ ସଂଚାଳନ କରାଯାଇଥିଲା । ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ସହଯୋଗ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସ୍ୱେଚ୍ଛାକୃତ ଅବଦାନ ପ୍ରଶଂସନୀୟ ।

