Home ଓଡ଼ିଶା ବଣ୍ଡାଘାଟି ମୁଦୁଲିପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ I ଏହା ସହ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ I ସେହିଭଳି ସେଠାରେ ଥିବା ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡର କିଭଳି ଆହୁରି ଉନ୍ନତି କରଣ କରି ହେବ ସେଥିଲାଗି ପିଏ ଆଇଟିଡିଏ ଏବଂ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏହି ଗସ୍ତ ସମୟରେ ଜିଲ୍ଲାପାଳ ସେହି ଅଂଚଳରେ ଥିବା ମାତୃ ଓ ଶିଶୁପୋଷଣ କେନ୍ଦ୍ର , ପିଏମ ଜନମନ ଅଧୀନରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣଧୀନ ଥିବା ଗୃହ ଗୁଡିକୁ ତୁରନ୍ତ ସାରିବା ପାଇଁ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି ସେ ମୁଦୁଲିପଡ଼ା, ପିଏଚସି ଯାଇ ସେଠାକାର ସୁବିଧା ଅସୁବିଧା କଥା ବୁଝିବା ସହ ସେଠାରେ ନିର୍ମାଣଧିନ ଥିବା ନୂତନ ପିଏଚସି କୋଠା ବୁଲି ଦେଖିଥିଲେ I ଜିଲ୍ଲାପାଳ ଆଦିମ ବଣ୍ଡା ଜନଜାତିଙ୍କ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଉନ୍ନତ ମାନର ରାସ୍ତା,ପଲୋ ଏବଂ ଆବାସ ଗୃହ କିଭଳି ଭାବେ ସରକାରଙ୍କ ଦ୍ୱାରା ନର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ପିଏ ଆଇଟିଡିଏ ଏବଂ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିଭଳି ଏହି ଗସ୍ତ ସମୟରେ ଗୋବିନ୍ଦପାଲ୍ଲି ୟୁ.ଜି.ଏମ.ଇ ସ୍କୁଲ ଠାରେ ଚାଲିଥିବା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ , ନିର୍ମାଣଧୀନ ଥିବା ଗୋବିନ୍ଦପାଲ୍ଲୀ ନୂତନ ପଞ୍ଚାୟତ ଗୃହ କାମ ମଧ୍ୟ ଦେଖିଥିଲେ ଜିଲ୍ଲାପାଳ I ଜିଲ୍ଲାର ଆଦିମ ବଣ୍ଡା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଜିଲ୍ଲାପାଳ ଅଗ୍ରାଧିକାର ଦେଉଛନ୍ତି। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026