ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ

ନୂଆଗା (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଖୁଣ୍ଟୁବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ 22500/25 ଦ୍ଵାରା ଅପ ଗ୍ରେଡେସନ୍ ହୋଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଛି । ସୂଚନା ଅନୁଯାୟୀ ଖୁଣ୍ଟୁବନ୍ଧ ବ୍ଲକ୍ ଗ୍ରାଣ୍ଡ ଏଡେଡ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପଢୁଥିବା ବେଳେ କିଛି ମାସ ତଳେ ଶିକ୍ଷକ ମାନେ ଅବସର ନେବା ପରେ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା ।

ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ,ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏହି ସମସ୍ୟା ସମ୍ପର୍କରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଗ୍ରାମବାସୀ ଜଣାଇବା ପରେ ଦଶପଲ୍ଲା ବିଧାୟକ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତକୁ ଆଖି ଆଗରେ ରଖି ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାକୁ ବିଚାର କରି ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଛି । ଯାହାକି ଷଷ୍ଠ,ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଦୂରକୁ ଯାଇ ପାଠ ପଢିବା ସମସ୍ୟା ଦୂର ହୋଇଛି । ଏହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀ ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହା ସହିତ ବିଦ୍ୟାଳୟ କମିଟି ତରଫରୁ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରଯାଇଥିଲା।

Exit mobile version