ଧର୍ମ ରକ୍ଷା ଦିବସ ପାଳନ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଧର୍ମ ଜାଗରଣ ସମନ୍ଵୟ ବିଭାଗ ଗଜପତି ଜିଲ୍ଲା ପକ୍ଷରୁ ଧର୍ମ ରକ୍ଷା ଦିବସ ପାଳନ ମୋହନା ସ୍ଥିତ କେଶରୀ ନଗର ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ସ୍ମୃତି ଚାରଣ କରିବା ସହିତ ହିନ୍ଦୁ ସାମାଜ କୁ ଜାଗରଣ କରିବା ଏବଂ

ସ୍ଵାମୀ ଜି ଙ୍କ ହତ୍ୟା କାରି ଙ୍କୁ ଉଚିତ୍ ଦଣ୍ଡ ବିଧାନ ବ୍ୟବସ୍ଥା ପାଇଁ ହିନ୍ଦୁ ମାନେ ଗାଁ ପୁର ପଲ୍ଲୀ ରେ ବଳିଦାନ ଦିବସ ରୂପେ ପାଳନ କରିଥାନ୍ତି l ଏହି କାର୍ଯ୍ୟକ୍ରମରେ କ୍ଷେତ୍ର୍ ଧର୍ମ ଜାଗରଣ ପ୍ରମୂଖ ବିନୟ କୁମାର ଭୂୟା, ପ୍ରାନ୍ତ ଧର୍ମ ଜାଗରଣ ପ୍ରମୂଖ ଆଲୋକ ଖଟୁଆ, ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୂଖ ଅଶୋକ ରଣଜିତ୍ ଙ୍କ ସହିତ ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Exit mobile version