କଟକ ସଦର ଥାନା ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ

କଟକ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆସନ୍ତା ୨୭ ତାରିଖ ରେ ‌ଅନୁତ ହେବ ଗଣେଶ ପୂଜା । ଏହି ପୂଜା ଏବଂ ଭଷାଣୀ ଉତ୍ସବକୁ କିଭଳି ପାଳନ କରାଯିବ ସେନେଇ ‌ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠ କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରସ୍ତୁତି ବୈଠକରେ କମିଶନରେଟ ପୋଲିସ କଟକର ‌ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି, କଟକ ‌ଯୋନ – ୪ ର ଏ ସି ପି ଶଶିକାନ୍ତ ରାଉତ ମୁଖ୍ୟ ବକ୍ତା,

ସଦର ଥାନାର ଅତିରିକ୍ତ ଆଇଆଇସି ରାମହରି ସେଠୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଚଳିତ ବର୍ଷ ଗଣେଶ ପୂଜାରେ ବିକୃତ ମୂର୍ତ୍ତି ନକରିବା, ଅଶୀଳ‌ ଗୀତ ନବଜାଇବା, ସିସିଟିଭି କ୍ୟାମେରା ପୂଜା ମଣ୍ଡପର ରେ ବ୍ୟବହାର‌ କରିବାକୁ‌ ଉପସ୍ଥିତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନଙ୍କୁ ‌ପରାମର୍ଶ‌ ଦେଇଥିଲେ । ଏହା ସହିତ ଅଗଷ୍ଟ ‌୩୦, ସେପ୍ଟେମ୍ବର ୭ ଏବଂ ୧୫ ତାରିଖ ରେ ଭଷାଣୀ ଉତ୍ସବ କରାଯିବ ।

ଯେଉଁ ପୂଜା ମଣ୍ଡପ ଏହି ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଭଷାଣୀ ଶୋଭାଯାତ୍ରା ଏବଂ ପୂଜା ପାଇଁ ଥାନାରୁ ପର୍ମିଶନ ପାଇଁ ଆବେଦନ ଖିରି ପାରିବେ । ଭଷାଣୀ ସମୟରେ ମାଦକ ଦ୍ରବ୍ୟ ସେବନ ନକରିବା ଏବଂ ବିଜେ ପରିବର୍ତ୍ତେ ପାରମ୍ପରିକ ବାଜା ଏବଂ ୬ ଗୋଟି ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ ।

ଏହାର ବ୍ୟତିକ୍ରମ ଯେଉଁ ପୂଜା କମିଟି କରିଵ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଯୋନ-୪- ଏସିପି ଶଶିକାନ୍ତ ରାଉତ ‌ସୂଚନା ଦେଇଥିଲେ । ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ସଦର ଥାନା ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି, ସଂପାଦକ, ପ୍ରମୁଖ ଯୋଗଦେଇ ସେମାନଙ୍କର‌ ସୁବିଧା ଅସୁବିଧା ସଂପର୍କରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Exit mobile version