ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ପାଇଁ ଗୌରବ ଆଣିଲେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)ରେ ରହି ପାଠପଢୁଥିବା ଛାତ୍ରୀ । ସମ୍ବଲପୁର ଜିଲ୍ଲା ବାମରାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଟାଇପ୍- IV) ହଷ୍ଟେଲରେ ରହି ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ପୂର୍ବତନ ଛାତ୍ରୀ ତଥା ଆଇକନିକ୍ ଆଚିଭର୍ ଲିଜା ମାଝୀ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୫ (NEET-2025)ରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ସୁନ୍ଦରଗଡ଼ସ୍ଥିତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପଢିବେ ଡାକ୍ତରୀ । ବାମରା ବ୍ଲକର ଉଚ୍ଚକାପାଟ ଗ୍ରାମର କ୍ଷୁଦ୍ର ଚାଷୀ ଶ୍ରୀ ଲଳିତ ମୋହନ ମାଝୀ ଏବଂ ଗୃହିଣୀ ଶ୍ରୀମତୀ ପଦ୍ମିନୀ ମାଝୀଙ୍କ ଝିଅ ଲୀଜା ମାଝୀ ସଫଳତାର ସହ ନିଟ୍ – ୨୦୨୫ ଉତ୍ତୀର୍ଣ୍ଣ ହୋଇଛନ୍ତି ।
