ଶ୍ରେୟ ରାଜନୀତି ଲାଗି ଘୋଷଣା କରୁନାହାନ୍ତି ସରକାର
ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା
ବାଦ୍ ପଡ଼ିଥିବା ଅଞ୍ଚଳରେ ଜନ ଅସନ୍ତୋଷ ତେଜୁଛି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଜେଡି ସରକାର ରାଜ୍ୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ, ଯାହା ମଧ୍ୟରୁ କେବଳ ୧୨ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ କଡ଼ା ସମାଲୋଚନା କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ଦିଶାରୀ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବର୍ଷିଛନ୍ତି ।
