“ଅନପୂର୍ଣ୍ଣା ଅଭିଯାନ” ମାଧ୍ୟମରେ କ୍ୟାନସର ପିଡିତାଙ୍କୁ ସହାୟତା ପ୍ରଦାନ : ପ୍ରତିମାସରେ ରାସନସାମଗ୍ରୀ ଓ ଔଷଧ ଖର୍ଚ୍ଚ ବହନ କରାଯିବ 

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍) :-  ଜଗତଗୁରୁ ତତ୍ତ୍ୱଦର୍ଶୀ ସନ୍ଥ ରାମପାଲ ଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ସମେତ ସାରା ଭାରତରେ “ଅନପୂର୍ଣ୍ଣା ଅଭିଯାନ” ମାଧ୍ୟମରେ ଅସହାୟ ଗରିବ ପରିବାର ଗୁଡିକୁ ରାସନ୍ ସାମଗ୍ରୀ ସହିତ ଅତ୍ୟାବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର କ୍ୟାନସର ପିଡିତ ପବିତ୍ର କୁମାର ସାହୁଙ୍କୁ ରାସନ ସାମଗ୍ରୀ ଓ ଔଷଧ ପ୍ରଦାନ କରାଯାଇଛି । ପବିତ୍ର ସାହୁ କ୍ୟାନସର ରୋଗରେ ଗୁରୁତର ହୋଇ ପିଡିତ ଅଛନ୍ତି । ଦୁଇ ଝିଅ ଓ ସ୍ତ୍ରୀକୁ ନେଇ ତାଙ୍କ ପରିବାର ଆର୍ଥିକ ଅବସ୍ଥା ବହୁତ ଶୋଚନୀୟ ।

କ୍ୟାନସରରେ ପିଡିତ ହେବା ପରଠାରୁ ସେ କୌଣସି କାମଧନ୍ଦା କରିପାରୁ ନାହାନ୍ତି । ରାସନକାର୍ଡରୁ ପ୍ରତିମାସରେ ୧୫କି.ଗ୍ରା ଚାଉଳ ମିଳେ ଯାହା ତାଙ୍କ ପରିବାର ପାଇଁ ଯଥେଷ୍ଟ ନୁହେଁ । ପିଲାଙ୍କ ପାଠ ପଢ଼ା ଠିକ୍‌ରେ ହୋଇ ପାରୁ ନାହିଁ । ପରିବାରରେ ଆଉ କେହି ରୋଜଗାର କ୍ଷମ ସଦସ୍ୟ ନାହାନ୍ତି । ଏଭଳି ଶୋଚନୀୟ ପରିସ୍ଥିତିରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସନ୍ଥ ରାମପାଲ୍ ଜୀ ମହାରାଜ, ଆଜି ଅନପୂର୍ଣ୍ଣା ଅଭିଯାନ ମାଧ୍ୟମରେ ରାସନ ସାମଗ୍ରୀ ଓ ଔଷଧ ପ୍ରଦାନ କରାଯାଇଥିବା ବେଳେ ପ୍ରତି ମାସରେ ଏହିଭଳି ସହାୟତା ପ୍ରଦାନ ଜାରି ରହିବ । ତାଙ୍କର ଭଙ୍ଗାଘରେ ଯଥା ଶୀଘ୍ର ଦୁଇଟି କବାଟ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଅନପୂର୍ଣ୍ଣା ଅଭିଯାନ ମାଧ୍ୟମରେ ତାଙ୍କୁ ପ୍ରଦାନ କରାଯାଇଥିବା ସାମଗ୍ରୀ ଗୁଡିକ ହେଲା ଚାଉଳ, ଡାଲି, ତେଲ, ଲୁଣ, ଚାହା, ଚିନି, ଲୁଗାସଫା ଓ ଦେହଲଗା ସାବୁନ୍‌, ଆଳୁ, ପିଆଜ, ଅଚାର, ହଳଦୀ, ଜିରା ଓ ଶୁଖିଲା ଲଙ୍କା ଏବଂ ଔଷଧ ଇତ୍ୟାଦି ରହିଛି । ଏହି ଅନପୂର୍ଣ୍ଣା ଅଭିଯାନ ମାଧ୍ୟମରେ ଉପକୃତ ହେଉଥିôବା ହିତାଧିକାରୀ କୌଣସି ପ୍ରକାରର ନିଶା କିମ୍ବା ଆମୀଷ ନଖାଇବାକୁ ଟ୍ରଷ୍ଟ ତରଫରୁ ନିବେଦନ କରାଯାଇଛି । ଅନପୂର୍ଣ୍ଣା ହିତାଧିକରୀ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ନହେବା ପର୍ଯ୍ୟନ୍ତ ଏହିଭଳି ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ପରିବାରଙ୍କୁ ଏକ ଯୋଗାଯୋଗ କାର୍ଡ ପ୍ରଦାନ କରାଯାଇଛି । ଯାହା ଦ୍ୱାରା ରାସନ ସାମଗ୍ରୀ ଶେଷ ହେବାର ଦୁଇଦିନ ପୂର୍ବରୁ ସେମାନେ ଟ୍ରଷ୍ଟକୁ ସୂଚନା ଦେଇପାରିବେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଓ ସନ୍ଥ ରାମଲାଲା ଜୀ ମହାରାଜ ଉପସ୍ଥିତ ରହି ସାମଗ୍ରୀ ପ୍ରଦାନ କରିଥିଲେ ।

Exit mobile version