ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଏନଏସଇ ଏମ୍ଡି ଓ ସିଇଓ ଆଶିଷ କୁମାର ଚୌହାନ ଦେଶର ପ୍ରଗତି ଓ ସମୃଦ୍ଧିର କାମନା କରିଛନ୍ତି । ସେ କହିଛନ୍ତି, “ ଚଳିତ ସ୍ୱାଧୀନତା ଦିବସ ଅବସରରେ ଆମେ ଆମ ଦେଶର ପ୍ରଗତିଶୀଳ ଯାତ୍ରାକୁ ରୂପ ଦେଇଥିବା ମୂଲ୍ୟବୋଧ ଓ ସଙ୍କଳ୍ପକୁ ପାଳନ କରୁଛୁ । ଭାରତ ସ୍ୱାଧୀନତାର ୭୮ ବର୍ଷ ପୂରଣ କରିଥିବା ବେଳେ ଆମେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ଭାବେ ଗର୍ବିତ ଅନୁଭବ କରୁଛୁ ଯାହା ଉଦ୍ଭାବନ ଓ ଅଭିବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିର୍ମାଣ କରିବା ପ୍ରତି ପ୍ରତିବଦ୍ଧ ରହିବା ସହ ଆମର ଆନ୍ତର୍ଜାତୀୟ ଉପସ୍ଥିତିକୁ ବୃଦ୍ଧି କରୁଛି । ଏହି ଅବସରରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି ।”
