Home ଓଡ଼ିଶା ଗଜପତି ଜିଲ୍ଲାରେ କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡର ଚଢ଼ାଉ ବିପୁଳ ପରିମାଣର ମଦ ସହ କାର ଜବତ ୨ଗିରଫ କୋର୍ଟ ଚାଲାଣ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ମଦମାଫିଆ ମଧ୍ୟରେ ମଧୁଚନ୍ଦ୍ରିକା କଟକ ଫ୍ଲାଇଙ୍ଗ ସ୍କାଡ ଦ୍ବାରା ଚଢ଼ାଉ ବିପୁଳ ପରିମାଣର ବିଦେଶୀ ମଦ ଓ କାର ସହ ୨ ଗିରଫ ହୋଇଥିବା ଜଣାପଡିଛି l କଟକ ସ୍ଥିତ ଅବକାରୀ ଉହୁଁ ବିଭାଗର କମିଶନର ପି.ଅନେଶ୍ୱା ରେଡ୍ଡୀ ଙ୍କ ନିର୍ଦ୍ଧେଶ କ୍ରମେ ଏବଂ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ୟୁନିଟ (୧) ର ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଗଜପତି ଜିଲ୍ଲାର ରାୟଗଡ଼ ଥାନା ଅନ୍ତର୍ଗତ ହାଟପଦା ଛକ ଠାରେ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ୟୁନିଟ (୧)ର ଆଇ ଆଇ ସି ହିରା ଦଳପତି ଙ୍କ ନେତୃତ୍ୱରେ, ଏସ ଆଇ ଶେଖ ସଖାଉଲ୍ଲୁ, ଏ ଏସ୍ ଆଇ ବ୍ରଜ କିଶୋର ବିନ୍ଧାଣୀ, ସିପାହୀ ଗୌରାଙ୍ଗ ନାୟକ, ପଦ୍ମିନୀ ନାୟକ, ପବିତ୍ର କୁମାର ଦାସ ପ୍ରମୁଖ ପୂର୍ବରୁ ଖବର ପାଇ ଛକି ରହିଥିଲେ ଏକ କାର ହୁଣ୍ଡାଇ ୟଓନ ନମ୍ୱର OD 02AK1157 ରେ ଚୋରାରେ ଚାଲାଣ ପାଇଁ ବିଦେଶୀ ମଦ ଓ ବିୟର ଧରି ଯାଉଥିବା ବେଳେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ରାୟଗଡ଼ ଠାରେ ବିଦେଶୀ ମଦ ଦୋକାନ ନିକଟସ୍ଥ ହାଟପଦା ଠାରେ କଟକ ରୁ ଆସିଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ କାର କୁ ଓଟକାଇ ଯାଞ୍ଚ କରିବାରୁ କାରରୁ ୧୭ ଲିଟର ୬ଶହ ମିଲି ଲିଟର ବିଦେଶୀ ମଦ ୩୧ ଲିଟର ୬୪୦ ମିଲି ଲିଟର ବିୟର ସହ କାରକୁ ଜବତ୍ କରାଯିବା ସହ ଦୁଇ ଜଣ ବିଜୟ ଚୌଧୁରୀ (୫୨) ବାବୁଲା ସାହୁ (୪୫) ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିବା ନେ଼ଇ କଟକ ଫ୍ଲାୟୀଙ୍ଗ ସ୍କ୍ୱାର୍ଡ ର ଏସ ଆଇ ଶେଖ ଶେଖା ଉଲ୍ଲୁ ଆମ ଜିଲ୍ଲା ପ୍ରତିନିଧି ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କୁ କହିଛନ୍ତି l ଏହି ମଦ କେଉଁଠୁ ଆସୁଥିଲା କେଉଁ ଜାଗାକୁ ଯାଉଥିଲା ନେଇ ପଚାରି ବାରୁ ଫ୍ଲାୟିଙ୍ଗ ସ୍କ୍ୱାର୍ଡ ର ଅଧିକାରୀ ମାନେ ତାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ l ରାୟଗଡ ଠାରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନର ସି ସି ଟି ଭି ଦେଖିଲେ ସବୁ ବିଷୟ ଲୋକ ଲୋଚନକୁ ଆସିଥାନ୍ତା ବୋଲି ରାୟଗଡ ବ୍ଲକ ର ଜନ ସାଧାରଣ ଦାବୀ କରିଛନ୍ତି l ରାୟଗଡ ବ୍ଲକ ର ସଦର ମହକୁମା ରାୟଗଡ଼ ଠାରେ ଥିବା ବିଦେଶୀ ମଦ ଦୋକାନ ରେ ଗଜପତି ଜିଲ୍ଲା ଅବକାରୀ ବିଭାଗର ଜଣେ କନେଷ୍ଟ ବଲ ଙ୍କ ଭାଗ ଥିବା ଅଭିଯୋଗ ହେଉଛି l ସେଥି ଯୋଗୁଁ ଜିଲ୍ଲା ଅବକାରୀ ବିଭାଗ ଏହି ଦୋକାନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି l ଏହି ଦୋକାନରୁ ନିୟମିତ ବିଦେଶୀ ମଦ ନୂଆଗଡ, ଖଜୁରୀପଦା, ଶେରଙ୍ଗ, ନାରାୟଣପୁର, କାଇଁପୂର, ଜିରାଙ୍ଗ, ରାମଗିରି ପ୍ରଭୁତି ଅଞ୍ଚଳକୁ ଗାଡି ଦ୍ଵାର ଚୋରାରେ ଚାଲାଣ ଚାଲାଣ ହେଉଥିବା ଅଭିଯୋଗ ହେଉଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ସଂପୃକ୍ତ ମଦ ଦୋକାନର ଲାଗିଥିବା ସି ସି ଟି ଭି ଯାଞ୍ଚ କଲେ ସମସ୍ତ ବିଷୟ ପଦାକୁ ଆସିବ ବୋଲି ଏ ଅଞ୍ଚଳର ସର୍ବ ସାଧାରଣ ରେ ଦାବୀ ହେଇଛି l Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026