ଶ୍ରୀଜୀଉ ଦର୍ଶନ ସମୁଦ୍ର ସ୍ନାନ ରେ ପାର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଙ୍କ ମନ ହୋଟେଲ, ଲଜିଙ୍ଗ ରେ ରୁମ ଭଡା ଅତ୍ୟଧିକ, ଯାଞ୍ଚ ନାହିଁ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନଙ୍କର ସମାଗମ ବୃଦ୍ଧିପାଇଛି। ସହରରେ ଥିବା ବିଭିନ୍ନ ହୋଟେଲ, ଲଜିଙ୍ଗ, ଗେଷ୍ଟ ହାଉସ, ହଲିଡ଼େ ହୋମ ତଥା ବେଆଇନ ଭାବେ ନିଜସ୍ୱ ଗୃହକୁ ଯାତ୍ରୀମାନଙ୍କୁ ଭଡା ଲଗାଇଥିବା ଗୃହଗୁଡିକ ବୁକିଂ ହେଉଥିବା ଦେଖିବାକୁ ମିଳୁଛି । ଭଡା ଦେଉଥିବା ଗୃହ କର୍ତା ମାନେ ଅଧିକ ଭଡା ଆଦାୟ କରୁଥିବା ପର୍ଯ୍ୟଟକମାନେ ଅଭିଯୋଗ କରୁଛନ୍ତି ।

ଏଠାରେ ଉଲେଖଯୋଗ୍ୟ ଯେ ଘରୋଇ ଗୃହରେ ଚାଲିଥିବା ଲଜିଙ୍ଗ ସମେତ କେତକ ହୋଟେଲ, ହଲିଡ଼େ ହୋମ ଓ ଗେଷ୍ଟ ହାଉସ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଦେଖିବାକୁ ମିଳୁଛି, ଗାଡି ପାର୍କିଙ୍ଗ ନଥିବା ମଧ୍ୟ ନଜରକୁ ଆସିଛି, କେଉଁ ପର୍ଯ୍ୟଟକମାନେ କେଉଁ ଠାରେ ରହିଲେ ସମ୍ପୂରକ୍ତ ଅଂଚଳର ଥାନା ଗୁଡିକକୁ ସୂଚନା ଦେଉନଥିବା ଅଭିଯୋଗ ହେଉଛି । ସ୍ୱର୍ଣ୍ଣାଭ ବେଳାଭୂମିର ଆକର୍ଷଣରେ ପର୍ଯ୍ୟଟକମାନେ ଏଠାକୁ ଆସି ବେଳାଭୂମିରେ ସ୍ନାନ କରି ଏକ ନିଆରା ମଜା ନେଉଛନ୍ତି ।

ସ୍ନାନ କରିବା ସମୟରେ ଯେପରି କୌଣସି ଅଘଟଣ ନ ଘଟେ ୱାଚ ଟାୱାର ଗୁଡିକରେ ଲାଇଫ ଗାଡ଼ ମାନେ ସଜାଗ ରହି ଦୃଷ୍ଟି ରଖିଛନ୍ତି । ସେହିଭଳି ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପର୍ଯ୍ୟଟକମାନଙ୍କର ସୁବିଧା ନିମନ୍ତେ ବହୁପ୍ରକାର ସୁବିଧା ର ବ୍ୟବସ୍ଥା କରୁଛନ୍ତି । ଏସବୁସତ୍ୱେ ପର୍ଯ୍ୟଟକ ମାନେ ପୁରୀରେ ରହିବାରେ ବହୁ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ସହରର ବିଭିର୍ଣ୍ଣ ସାହି ଗଳିକନ୍ଦିରେ ମାଳମାଳ ଲଜ ମାନ ଗଢିଉଠିବା ଫଳରେ ସାହି ବାସିନ୍ଦା ମାନେ ମଧ୍ୟ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ଲଜ ମାଲିକ ତଥା ଗୃହ କର୍ତା ମାନେ ଲଜିଙ୍ଗ କରିବାର ପରମିସନ ରୂପକ ଲଜିଙ୍ଗ ହାଉସିଙ୍ଗ ବୋଡ଼ ର ଲାଇସେନ୍ସ, ମୁନି୍ସପାଲଟି ଲାଇସେନ୍ସ ବଳରେ ଲୋକମାନଙ୍କର ଅସୁବିଧା ପ୍ରତି ହେୟ ଜ୍ଞାନ କରି ନିଜନିଜର ପକେଟ ଗରମ କରିବାରେ ପଛଘୁଞ୍ଚା ଦେଉନାହାନ୍ତି । ତେଣୁ ଏ ଦିଗରେ ପୁରୀ ପ୍ରଶାସନ ପରିସ୍ଥିତିକୁ ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । କେଉଁ ହୋଟେଲ ରେ କେତେ ରୁମ ପୌର ସଂସ୍ଥା କୁ କେତୋଟି ରୁମ ଥିବା ଦର୍ଶାଇ ଟିକସ ଦେଉଛି ତାହାର ଖୋଳ ତାଡ ପାଇଁ ଦାବୀ ହେଊଛି l

ପାର୍କିଙ୍ଗ ବ୍ୟବସ୍ତା, ଅଗ୍ନି ନିରାପତ୍ତା, ସ୍ବେରେଜ ବ୍ୟବସ୍ଥା, ପାଣି ଉତ୍ସ ସମ୍ପର୍କ ରେ ପୌର ସଂସ୍ଥା କୁ ଅବଗତ କରାଯାଉନାହିଁ l ବ୍ରିଟିଶ ଅମଳରୁ ଥିବା ଲଜିଙ୍ଗ ହାଉସ ଫଣ୍ଡ କୁ ଭାଙ୍ଗି ପୌର ସଂସ୍ଥା ରେ ମିଶାଇ ଦିଆଗଲା l ପ୍ରତି ବର୍ଷ ହୋଟେଲ, ଲଜିଙ୍ଗ, ଧର୍ମଶାଳା, ହଲିଡେ ହୋମ ମାଲିକମାନେ ଲଜିଙ୍ଗ ହାଉସ ଫଣ୍ଡ ରେ ତଥ୍ୟ ଦେଉଥିଲେ l ଏପରିକି କୋଣାର୍କ, କାକଟପୁର, ପିପିଲି ଅଞ୍ଚଳ ରେ ଥିବା ହୋଟେଲ ମାଲିକ ମାନେ ପ୍ରତିବର୍ଷ ରୁମ ତଥ୍ୟ, ଇନକମ, କେତେ ପର୍ଯ୍ୟଟକ ଆସିଥିଲେ ସମସ୍ତ ତଥ୍ୟ ଆଫିଡେଭିଟ ଜରିଆରେ ଜଣାଉଥିଲେ l ପୁରୀ ରେ ମଧ୍ୟ ଆଉ ହୋଟେଲ ପୌର ସଂସ୍ଥା ଚେକିଂ କରୁନାହିଁ l ଏଥିପ୍ରତି ଜିଲ୍ଲପାଳ, ପୌରସଂସ୍ଥା ଦୃଷ୍ଟି ଦେବାକୁ ଦାବୀ ହେଊଛି l

Exit mobile version