ଯାତ୍ରୀ ବିଶ୍ରାମାଗାର ସମ୍ମୁଖ ପାଲଟିଛି ଡମ୍ଫିଙ୍ଗ ୟାର୍ଡ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଵଚ୍ଛ ଭାରତ ମିଶନ ଡାକରା କୁ ବେଖାତିର କରି ନାଚୁଣୀ ଗ୍ରାମ ପଞ୍ଚାୟତ ଅଧୀନ ନାଚୁଣୀ ବଜାର କେନ୍ଦ୍ର ସ୍ଥଳରେ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ପ୍ରାଚୀର ପାର୍ଶ୍ଵରେ ଥିବା ଅବ୍ୟବହୃତ ଛାତ୍ରୀନିବାସ ଗ୍ରୃହ ସମ୍ମୁଖ ଏବେ ଡମ୍ଫିଙ୍ଗ ୟାର୍ଡ ପାଲଟି ପୂତି ଗନ୍ଧ ମୟ ପରିସ୍ଥିତି ସ୍ତୃଷ୍ଟି ହୋଇଛି । ୧୬ନମ୍ଵର ଜାତୀୟ ରାଜପଥ ପ୍ରଶସ୍ତିକରଣ ଫଳରେ ପୂର୍ବରୁ ନାଚୁଣୀ ବଜାର ଦେଇ ଯାଇଥିବା ଏହି ରାଜପଥ ୫ନମ୍ଵର ଭାବେ ପରିଚିତ ଥିଲା ।

ଫଳରେ ବିଭିନ୍ନ ସ୍ଥାନକୁ ବସ୍ ଯୋଗେ ଯାତାୟତ କରୁଥିବା ଯାତ୍ରୀ ମାନଙ୍କ ର ବିଶ୍ରାମ ପାଇଁ ଏହି ବିଶ୍ରାମାଗାର ଟି ପ୍ରତିଷ୍ଠିତ ହୋଇଥିଲା । ମାତ୍ର ସମ୍ପ୍ରତି ଏହି ପରିତ୍ୟକ୍ତ ଛାତ୍ରୀନିବାସ ଅବ୍ୟବହୃତ ହୋଇ ପଡିଥିବା ବେଳେ ଏହା ସମ୍ମୁଖ ଭାଗରେ ବଜାର ର ଯାବତୀୟ ଅଳିଆ ଆବର୍ଜ୍ଜନା ଜମି ରହି ଅସ୍ଵାସ୍ଥ୍ୟକର ପରିବେଶ ସ୍ତୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ଅଞ୍ଚଳର ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କାରୀ ହେଉ ନ ଥିବା ଅଭିଯୋଗ ହେଉଛି ।

Exit mobile version