ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର କନ୍ଧମାଳ ଜିଲ୍ଲା ରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ ଖସି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ, ମୋହନା, ବ୍ରହ୍ମପୁରକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା ।
