Home ଓଡ଼ିଶା ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ ଦିବସ ପାଳିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଉତ୍ସବ କାର୍ଯ୍ୟକ୍ରମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ମର୍ଚିକୋଟ ଗଳି ସ୍ଥିତ ସୁନ୍ଦରଦାସ ମଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଠାଧୀଶ ଡ’ ପର୍ଶୁରାମ ଦାସ ଓ ନିଗମାନନ୍ଦ ସରସ୍ଵତୀ ଆଶ୍ରମର ସନ୍ଥ ଶ୍ରୀ ଶଙ୍କରାନନ୍ଦ ସରସ୍ଵତୀଙ୍କ ଦ୍ବାରା ପ୍ରଦୀପ ପ୍ରଯୋଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ବରିଷ୍ଠ କର୍ମକର୍ତ୍ତା ରାଜକିଶୋର ସାହୁ , ଡ ମହେଶ୍ୱର ଦାଶ, ପ୍ରଫେସର ସୁକାନ୍ତ କୁମାର ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ବିନୋଦ କୁମାର ପଣ୍ଡା, ସାମ୍ୱାଦିକ ନାରାୟଣ ଦାଶ, ବିଶ୍ବରଂଜନ ହୋତା, ଅବସରପ୍ରାପ୍ତ ପ୍ରିନ୍ସିପାଲ ମନୋଜ କୁମାର ସାମନ୍ତରାୟ, ଶୁଭ୍ର ପ୍ରକାଶ ପଣ୍ଡା, ପ୍ରମୁଖଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ଅନେକ କର୍ମକର୍ତ୍ତା ଯୋଗ ଦେଇ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଦେଇ ସଭାସଙ୍ଗ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026