ବାଙ୍କୀ କଲେଜରେ ଗୋକୁଳାନନ୍ଦ ପ୍ରହରାଜଙ୍କ ଶ୍ରାଦ୍ଧଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ବାଙ୍କୀ କଲେଜର ପ୍ରଥମ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ପ୍ରଥମ ବିଧାୟକ ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜଙ୍କ ୨୦ତମ ଶ୍ରାଦ୍ଧ ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ଥିବା ସ୍ୱର୍ଗତ ପ୍ରହରାଜଙ୍କର ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ର୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂବର୍ତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର କୁମାର ଦେଓ, ଅଧ୍ୟାପକ ଯୋଗୀନାଥ ମଲ୍ଲିକ, ବୃନ୍ଦାବନ ପ୍ରଧାନ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version