ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ୧୮ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ । ପୂର୍ବାହ୍ନରେ ଏହି ୭ ଜଣିଆ ବିଶେଷଜ୍ଞ ଟିମ୍ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ ମାଲକାନଗିରି ବିମାନ ବନ୍ଦରରେ । ସେଠାରୁ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ୧୪୭ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ସେଥିମଧ୍ୟରୁ କାର୍ଡିଓଲୋଜିରେ ୩୫, ନ୍ୟୁରୋଲୋଜୀରେ ୩୮, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୧୯, ଏଣ୍ଡୋକ୍ରିନୋଲୋଜୀରେ ୧୯ ଓ ନେଫ୍ରୋଲୋଜିରେ ୩୬ ଓ ୮ ଜଣ ଙ୍କର ଇସିଜି କରାଯାଇଛି ।
