ଆଣ୍ଠୁଏ ପାଣିରେ ପାଠ ପଢୁଛନ୍ତି ଦେଶର ଭବିଷ୍ୟତ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବର୍ତମାନ ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୋଟେ ପ୍ରକାରର ଜଳବନ୍ଦୀ ଭିତରେ ଥିବା ବେଳେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି l ତେବେ ମୋହନା ବ୍ଲକ ଅଡବା ପଞ୍ଚାୟତ ଗୁଣ୍ଡିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀ ମାନେ ରହିଛନ୍ତି l

ଶ୍ରେଣୀ ଗୃହ ପାଣି ପସିବା ଫଳରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  l ମଧ୍ୟାହ୍ନ ଭୋଜନ ସମୟରେ ବସିବା ପାଇଁ ସ୍ଥାନ ନଥିବାରୁ ଗଛ ମୂଳେ ବସି ବିପଦ ସଂକୁଳ ଭାବେ ଖାଉଛନ୍ତି l ତେବେ ଏହି ସ୍କୁଲରେ ଗୋଟେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରିବା ସହ ପାଣିକୁ ନିଷ୍କାସନ କରିବା ପାଇଁ ସ୍ଥାହୀ ବନ୍ଦବସ୍ତ କରିବା ପାଇଁ ଛାତ୍ରଛାତ୍ରୀ ଓ

ପ୍ରଧାନ ଶିକ୍ଷକ ଅନୁ ରୋଧ କରିଛନ୍ତି l ସାର, ଗଜପତି ଜିଲାର ଆର,ଉଦୟଗିରି ଓ ମୋହନା ପାରଳାଖେଣ୍ଡିର ପ୍ରତିନିଧି ପଠାଇ ପ୍ରକାଶ ନ କରାଯାଇଥିଲେ ଭଲ ହୋଇଥାନ୍ତା । ମୁ ଯେ ଖବର ପ୍ରକାଶ ହୋଇ ଯାଉଛି ସେ ପାରଳାଖେମଣ୍ଡି ନାମ ପ୍ରକାଶ ପାଉଛି ।

Exit mobile version