ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଳକ ଅନ୍ତର୍ଗତ ବାଙ୍କୀ ରାମଚନ୍ଦ୍ରପୁର ସେବାସମବାୟ ସମିତିରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସମିତିର ସଭାପତି ସମରେନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ରଞ୍ଜିତ କୁମାର ଦାସ, ସୁମୋନ ଛାଟୋଇ, ଗୌତମ ପ୍ରଧାନ, ସୁରେନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ସୌମ୍ୟରଞ୍ଜ୍ନ ଦାସ ପରିଚାଳନା କରିଥିବା ବେଳେ କର୍ମଚାରୀ ଇନ୍ଦ୍ରମଣି ମନ୍ତ୍ରୀ ସହଯୋଗ କରିଥିଲେ
ସେହି ପରି ବାଙ୍କୀ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟ୍ରେ ଜାତୀୟ ପତାକା ଉତ୍ତୋଳନ ସଭାପତି ସମରେନ୍ଦ୍ର ମହାପାତ୍ର କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ କୃତିବାସ ପଣ୍ଡା, କର୍ମଚାରୀ ବିଭୂତି ରାଉତରାୟ, ଗଗନ ଦାସ, କାଳନ୍ଦୀ ଦାସ, ମାନସ ମଙ୍ଗୁଆଳ, ସୁବ୍ରତ ମହାପାତ୍ର, ସଭ୍ୟ ବଲ୍ଲଭ ସାମଲ, ଶରତ ପ୍ରଧାନ, ପ୍ରହଲ୍ଲାଦ ପୃଷ୍ଟି, ସଂଜୟ ପୃଷ୍ଟିଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।
