ତୁଳସୀପୁରରେ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ବାଙ୍କୀ ତୁଳସୀପୁର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ସମ୍ମୁଖରେ ଥିବା ସ୍ୱର୍ଗତ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ସ୍ୱର୍ଗତ ସନ୍ଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ମାଗୁଣି ଚରଣ ସାହୁ, ମାୟାଧର ତ୍ରିପାଠୀ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଭୀମସେନ ନାୟକ, ଉଦୟନାଥ ସ୍ୱାଇଁ, କୁମର ପ୍ରଧାନ, ଗୋକୁଳାନନ୍ଦ ତ୍ରିପାଠୀ, ପ୍ରକୃତିବନ୍ଧୁ ପ୍ରଶାନ୍ତ କୁମାର ସାହୁ, ସୁଦର୍ଶନ ସାହୁ, କାର୍ତ୍ତିକ ମହାପାତ୍ର, ନମୀତା କୁମାର ନାୟକ, ବ୍ରଜବନ୍ଧୁ ପୃଷ୍ଟି, ଧନଞ୍ଜୟ ମହାପାତ୍ର, ଗଙ୍ଗାଧର ସାହୁ, ଗଣେଶ ବଳିୟାର ସିଂହ, ଲୋଚନ ଦାସ, ଉପେନ୍ଦ୍ର ସାହୁ, ବିଶ୍ୱନାଥ ପ୍ରଧାନ, ମହେଶ୍ୱର ଜେନା, କୃଷ୍ଣଚନ୍ଦ୍ର ବାରିକ,

ରଘୁନାଥ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ସନ୍ଥ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ ଓ ତାଙ୍କର ଦେଶ ପାଇଁ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଲକ୍ଷ୍ମଣାନନ୍ଦ କିଛିଦିନ ତୁଳସୀପୁର ଗ୍ରାମରେ ଅବସ୍ଥାନ କରିବା ସମୟରେ ତୁଳସୀପୁର ଉଚ୍ଚବିଦ୍ୟାଳୟ ଓ ତୁଳସୀପୁର ଡାକ୍ତରଖାନା ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ । ଶେଷରେ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version