କଳା,ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ୱାଧୀନତା ଦିବସ ପାଳନ

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ୭୯ତମ ସ୍ୱାଧୀନତା ଦିବସ ବାଙ୍କୀ ସହରସ୍ଥ କବିଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କର କଷ୍ଟଲବ୍ଧ ସ୍ୱାଧୀନତା ସଂଗ୍ରାମ ସଂପର୍କରେ ଆଲୋପାତ କରିଥିଲେ ।

ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସଂପାଦକ ବେଣୁଧର କର, ସାଂସ୍କୃତିକ ସଂପାଦକ ବିଜୟ କୁମାର ଦିକ୍ଷୀତ୍ , ସହ ସଂପାଦକ ଶ୍ରୀନିବାସ ବେହେରା, ନୃତ୍ୟଗୁରୁ ମହେଶ ନାୟକ ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ । ଏହି ଅବସରରେ ଜାତୀୟ ସଂଗୀତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗାନ କରିଥଲେ ।

Exit mobile version