Home ଓଡ଼ିଶା ବଗଲା ଧର୍ମଶାଳା କୁ ନେଇ ଆପ ର ଜିଲ୍ଲପାଳ ଙ୍କୁ ଦାବିପତ୍ର by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବଗଲା ଧର୍ମଶାଳା ଗରିବ ତୀର୍ଥଯାତ୍ରୀ, ପାର୍ଯ୍ୟଟକ ପାଇଁ ସମର୍ପିତ ହୋଇ ନିର୍ମାଣ କରାଯାଇଥିଲା | ଗତ ସରକାର ସମୟରେ ୬ ଜଣ ଙ୍କୁ ଏହା ଆବଣ୍ଟନ ହେଇଥିଲା. | ଏହି ସମୟରେ ବିଜେପି ବିରୋଧ ଦଳ ରେ ଥିବାରୁ ଖୋଦ ସମ୍ବିତ ପାତ୍ର ଯେ କି ବର୍ତମାନ ର ସାଂସଦ ମାନ୍ୟବର ହାଇକୋର୍ଟ ରେ ମାମଲା ରୁଜୁ କରିଥିଲେ | ଏହା ପରେ ମାନ୍ୟବର କୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ. | ଏହି ମାମଲା ରେ ଖୋଦ ପ୍ରଭାତୀ ପରିଡା ଯେ କି ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ବର୍ତମାନ ସମୟରେ ସେ ମଧ୍ୟ ଏହି ମାମଲା ରେ ଚୁପ ଅଛନ୍ତି | ବର୍ତମାନ ବଗଲା ରେ ଜଣେ ସେବାୟତ ସେଠାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି | ଆମ ଆଦମୀ ପାର୍ଟି ର ପ୍ରଶ୍ନ ଯେ ମାମଲା କୋର୍ଟ ରେ ବିଚାରଧୀନ ଥିବା ବେଳେ କେମିତି ଜଣେ ଅବମାନନା କରି ନିର୍ମାଣ କରୁଛି ଓ ତାକୁ ଜିଲ୍ଲା ପ୍ରଶାସନ ରୋକ କରୁନାହିଁ | ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ଏହା ର ନିର୍ମାଣ ଏପର୍ଯ୍ୟନ୍ତ ଚାଲିବା ଆଶ୍ଚର୍ଯ୍ୟ ଲାଗୁଛି | ସାଂସଦ ଓ ଉପ ମୁଖ୍ୟମନ୍ତ୍ରୀ ଏହି ମାମଲା ରେ ଚୁପ ରହିବାରୁ ଜଣା ପଡୁଛି | ଯେ ବିଜେପି ହାଇକୋର୍ଟ କୁ ବି ମାନୁନାହିଁ କୁହାଯାଉଛି | ତେଣୁ ଆମ ଆଦମୀ ପାର୍ଟି ଚେତାବନୀ ଦେଉଛି ଯେ ଯଦି ପ୍ରଶାସନ ଓ ସରକାର ଏହି ନିର୍ମାଣ କୁ ବନ୍ଦ ନ କରନ୍ତି ତେବେ ଆମେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ | ପୁରୀ ର ସୁରକ୍ଷା ଓ ଆଇନ ରକ୍ଷା ପାଇଁ ଆମେ ଜୀବନ ଦେବାକୁ ବି ପ୍ରସ୍ତୁତ ଅଛୁ | ଆମର ଯଦି କ୍ଷତି କିଛି ହୁଏ ତେବେ ପ୍ରଶାସନ ଓ ବିଜେପି ସରକାର ଉତ୍ତରଦାୟୀ ରହିବେ | ଆଜିର ଏହି ଦାବିପତ୍ର ଜିଲ୍ଲପାଳ ଙ୍କୁ ଦେବା ସମୟରେ ସଂଜୀବ ମହାନ୍ତି, ତପସ୍ୱିନୀ ଜଗଦେବ,ସନ୍ଧ୍ୟା ଦାସ, ସମିନା ନାୟକ, ରମାକାନ୍ତ ସ୍ୱାଇଁ, ରବୀନ୍ଦ୍ର ସାହୁ, ଦେବ ପ୍ରଧାନ, ଅନିଲ ସେନାପତି, ଜନ୍ମେଜୟ ସ୍ୱାଇଁ, ଯୁଧିଷ୍ଠିର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026