ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ଦେଶୀ ବେହେରା ସାହିସ୍ଥିତି ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାତ୍ର ବିଳମ୍ୱିତ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭାଗବତ ପୂରାଣ ପାଠ କରାଯାଇଥିଲା । ଘଣ୍ଟ ବାଦ୍ୟ, ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

