ସାଧୁ ଭିନସେନ୍ତ୍ ଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାରଳାଖେମୁଣ୍ଡିରେ ୭୯ତମ ସ୍ବାଧୀନତା ଦିବସ ପାଳନ ହେଲା

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :-  ଗଜପତି ଜିଲ୍ଲା ଅନ୍ତର୍ଗତ ସାଧୁ ଭିନସେନ୍ତ୍ ଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାରଳାଖେମୁଣ୍ଡିରେ ଅଗଷ୍ଟ ୧୫ ତାରିଖରେ ହର୍ସ ଉଲ୍ଲାସରେ ୭୯ତମ ସ୍ବାଧୀନତା ଦିବସ ପାଳନ ହୋଇଥିଲା । ସ୍ବାଧୀନତା ଦିବସ ଉପଲକ୍ଷେ ସମ୍ମାନୀତ ଅତିଥି ଅବସରପ୍ରାପ୍ତ ସେନାବାହିନୀ ଶ୍ରୀଯୁକ୍ତ ରାଜେଶ୍ କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରୀ, କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସମ୍ମାନ ଦେଇଥିଲେ ।

ଏହି ଅବସରରେ ସମ୍ମାନୀତ ଅତିଥି ଦେଶ ସ୍ଵାଧୀନତା ପାଇଁ ବଳି ଦେଇଥିବା ବୀର ପୁରୁଷ ଏବଂ ସ୍ବାଧିନତା ସଂଗ୍ରାମୀମାନଙ୍କ ବିଷୟରେ ଅଭିଭାଷଣ ଦେଇ ସମାଜରେ ଶାନ୍ତି, ସାମାଜିକ ନ୍ୟାୟ, ସମାନତା, ଏକତା, ସ୍ବାଧୀନତା, ବିଷୟରେ ଅଭିଭାଷଣ ଦେଇ ସୁସ୍ଥ ଏବଂ ଶିକ୍ଷିତ ସମାଜ ଗଠନ କରି ଜଣେ ଜଣେ ଉତ୍ତମ ନାଗରିକ ହୋଇ ସମାଜ ସେବାରେ ନିୟୋଜିତ ହେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ ।

୭୯ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଉକ୍ତ ବିଦ୍ୟାଳୟର ଭାର ପ୍ରାପ୍ତ ସୂପିରୀୟର ସିଷ୍ଟେର ତେରେସିସିଆ ସମସ୍ତ କାର୍ଯ୍ୟ ସୂପରିଚାଳନା କରି ସମାପ୍ତ କରିଥିଲେ। ଉକ୍ତ ବିଦ୍ୟାଳୟର ଛାତ୍ରୀମାନେ ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତାରେ ଯୋଗ ଦେଇ ସିଭିଲ୍ ଗ୍ରୁପ୍ ରୁ ଜାନଵୀ ପରିଛା

ଏବଂ ଇତିଶ୍ରୀ ନାୟକ ଦୁଇଜଣ ଛାତ୍ରୀ ଜିଲ୍ଲାରୁ ପ୍ରତିଯୋଗିତା ପ୍ୟାରେଡ୍ ରେ ପ୍ରଥମ ସ୍ଥାନ ହାସଲ କରି ଓଡିଶାର ପରିବହନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବାରୁ ସାଧୁ ଭିନସେନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତାର ଗର୍ବ ଓ ଗୌରବର ବିଷୟ ଜିଲ୍ଲା ଭିତରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି ।

Exit mobile version