ଉ ପନିର୍ବାଚନ ନିମନ୍ତେ ସମୀକ୍ଷା ବୈଠକ – ଭୁବନେଶ୍ୱର,

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ଭାରତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଦୁଇଟି ବିଧାନସଭା ଆସନ ଯଥା ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ନିମନ୍ତେ ଉ ପନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିେ ପ୍ରକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ନିର୍ବାଚନ ଅଧୀକାରୀ ତଥା ଜିଲ୍ଲା ପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଉ ପନିର୍ବାଚନ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ କରାଇଥିଲେ । ସଂପ୍ରତି କୋଭିଡ୍‌-୧୯ ମହାମାରୀ ପରିେ ପ୍ରକ୍ଷୀରେ ସୁରୁଖୁରୁରେ ଉ ପନିର୍ବାଚନ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ ହେବ ଓ ନିର୍ବାଚନ ସମୟରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ସାମାଜିକ ଦୂରତ୍ୱ, ଥର୍ମାଲ୍‌ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ୍‌ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।

କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟାଧୀକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଗୋଟିଏ ବୁଥ୍‌ରେ ସର୍ବାଧୀକ ଏକ ହଜାର ମତଦାତା ମତଦାନ କରି ପାରିବେ ଓ ଜିଲ୍ଲା ନିର୍ବାଚନ ଅଧୀକାରୀମାନେ ସଂ ପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍‌ ଗଠନ ଉପରେ ଗୁରୁତ୍ୱ ଦିଆଯିବ ।

କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍‌ ସେଣ୍ଟର ଓ କୋଭିଡ୍‌ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟରେ ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ । ନିର୍ବାଚନ କାର୍ଯ୍ୟ ନିନ୍ତେ ନିୟୋଜିତ କର୍ମଚାରୀ ଓ ସେମାନ ଙ୍କୁ ତାଲିମ ବ୍ୟବସ୍ଥା, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍‌ ଓ ଭୋଟ ଗଣତି କେନ୍ଦ୍ର ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧୀକାରୀ ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧୀକାରୀ ଶତ୍ରୁଘ୍ନ କର, ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ପାଳ ଓ ଆରକ୍ଷୀ ଅଧକ୍ଷକ ମାନେ ଉପସ୍ଥିତ ଥିଲେ ।

Exit mobile version