ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା କାଳିଆ ପଟା ସ୍ଥିତ ଏସଡିଇସି: ଠାରେ ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖୁଚୁରା ବିକ୍ରୟ ସହାୟକ ଚାକିରୀ ଭୂମିକା ପାଇଁ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।ଏହି ସ୍ୱତନ୍ତ୍ର ପ୍ରକଳ୍ପକୁ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ୬୦ ଜଣ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ତାଲିମ ମୋହନା ସ୍ଥିତ ଏସଡିଇସି: ଠାରେ ଆରମ୍ଭ କରାଯିବ।
