ପୋଲିସ ଆଖିରେ ଧୂଳି ଦେଇ ବାଇକ୍ ଓ ୧୦ ଗଞ୍ଜେଇ ଛାଡି ଆସାମୀ ଫେରାର

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାରେ ପୋଲିସ ଆଖିରେ ଧୂଳି ଦେଇ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଚୋରା ଚାଲାଣରେ ବ୍ୟବହାର କରିଥିବା ବାଇକ ସହ ଗଞ୍ଜେଇ ଛାଡି ଚମ୍ପଟ ମାରିଥିବା ସୂଚନା ମିଳିଛି।ଘଟଣାରୁ ପ୍ରକାଶ, ଅଡବା ଥାନା ଝିଲିକି ଛକରେ ପୋଲିସ ପେଟ୍ରୋଲି କରୁଥିବା

କିଛି ଦୂରରୁ ଦେଖି ଗଞ୍ଜେଇ ଚୋରାଚାଲାଣ କରୁଥିବା ବାଇକ ସହ ୧୦ କିଲୋ ଗଞ୍ଜେଇକୁ ଛାଡି ଚୋରାଚାଲାଣକାରୀ ଚମ୍ପଟ ମାରିଛି. ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୦ କିଲୋ ଗଞ୍ଜେଇ ଜବତ କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ଯିବ ବୋଲି ଥାନା ଅଧୂକାରୀ ଶୁଭ୍ରାନ୍ତ ପଣ୍ଡା ଜଣାଇଛନ୍ତି ।

Exit mobile version